ସୁସ୍ଥ କରାଇ ବାପାଙ୍କୁ ଆପଣମାନଙ୍କ ଗହଣକୁ ପଠାଉଛି। ଏଥର ଆପଣମାନେ ମୋ ବାପାଙ୍କର ଦେଖାଶୁଣା କରିବେ ବୋଲି ‘ଆର୍ଜେଡି’ ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଝିଅ ରୋହିଣୀ ନିବେଦନ କରି କହିଛନ୍ତି।
ସ୍ମରଣଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରେ ସିଙ୍ଗାପୁରରେ କିଡ୍ନି ପ୍ରତିରୋପଣ କରାଇଥିବା ଲାଲୁ ଯାଦବ ଆଜି ଭାରତ ପ୍ରତ୍ୟାବର୍ତ୍ତନ କରିବେ।
ପିତା ଲାଲୁଙ୍କୁ ଗୋଟିଏ କିଡ୍ନି ଦାନ କରିଥିବା ଝିଅ ରୋହିଣୀ ଆଚାର୍ୟ୍ୟ ଟୁଇଟର୍ରେ ହୃଦୟସ୍ପର୍ଶୀ ନିବେଦନ କରି ଲେଖିଛନ୍ତି: ଜରୁରୀ କଥାଟିଏ କହୁଛି। ତାହା ହେଲା ଆମ ନେତା ଲାଲୁଙ୍କ ସ୍ବାସ୍ଥ୍ୟ କଥା। ଆଜି ବାପା ସିଙ୍ଗାପୁରରୁ ଭାରତକୁ ଯିବେ। ଝିଅ ହିସାବରେ ମୁଁ ମୋର କର୍ତ୍ତବ୍ୟ କରୁଛି। ଆରୋଗ୍ୟ କରାଇବା ପରେ ବାପାଙ୍କୁ ଆପଣମାନଙ୍କ ଗହଣକୁ ପଠାଉଛି। ଏଥର ଆପଣମାନେ ବାପାଙ୍କର ଦେଖାଶୁଣା କରିବେ। ଆଉ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ବାପାଙ୍କ ପ୍ରତି ଆପଣମାନଙ୍କ ଶ୍ରଦ୍ଧା ଅସୀମ। ବାପା ଭାରତରେ ପହଞ୍ଚିବା ପରେ ଆପଣମାନେ ତାଙ୍କୁ ଭେଟିବାକୁ ଆସିବେ। ଡାକ୍ତରମାନେ କହିଛନ୍ତି, ତାଙ୍କୁ ଭେଟିବା ବେଳେ ମାସ୍କ୍ ପିନ୍ଧିବେ। ଯେକୌଣସି ପ୍ରକାର ସଂକ୍ରମଣରୁ ତାଙ୍କୁ ଦୂରେଇ ରଖିବା ବଡ଼ କଥା ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ବହୁତ ଲୋକଙ୍କୁ ନ ଭେଟିବା ପାଇଁ ମଧ୍ୟ ଡାକ୍ତରମାନେ ବାପାଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ତାରିଖ ଦିନ ସିଙ୍ଗାପୁରସ୍ଥିତ ମାଉଣ୍ଟ୍ ଏଲିଜାବେଥ୍ ହସ୍ପିଟାଲ୍ରେ ଲାଲୁ ବୃକ୍କ ପ୍ରତିରୋପଣ କରାଇଛନ୍ତି। ଲାଲୁଙ୍କର ଦୁଇଟିଯାକ କିଡ୍ନି ଅକାମି ହୋଇଯିବାରୁ ଜୀବନ ବଞ୍ଚାଇବାକୁ ଝିଅ ରୋହିଣୀ ତାଙ୍କୁ ନିଜ କିଡ୍ନିରୁ ଗୋଟିଏ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.