ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବାହାରକୁ ଚାଲାଣ କରୁଥିବା ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଦାଦନ ଶ୍ରମିକ ମାନେ ଲାଠୋର ଥାନା ଓ ପାଟଣାଗଡ଼ ଥାନା ଅଞ୍ଚଳ ର ବିଛିଲିବାହାଲ ଓ ଯୋଗୀମୁଣ୍ଡା ଗାଁର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪ ପୁରୁଷ ,୮ ମହିଳା ଓ ୨ ଜଣ ଛୋଟ ଛୁଆ ଅଛନ୍ତି ।
ଉଦ୍ଧାର ଶ୍ରମିକମାନଙ୍କ ପାଖରେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାର କୌଣସି କାଗଜ ପତ୍ର ନଥିଲା । ଯାହା ଫଳରେ ବେଆଇନ ଭାବରେ ଚାଲାଣ ହେଉଥିବା ଜଣାପଡିଛି । ଦାଦନ ସର୍ଦ୍ଦାର କଣ୍ଟାବାଞ୍ଜି ଷ୍ଟେସନରୁ ରାତି ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରିବାର ଥିଲା । ହେଲେ କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡି ଯାଇଥିଲେ । ସେପଟେ କିଏ ଏମାନଙ୍କ ଦାଦନ ସର୍ଦାର ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ସେପଟେ କଣ୍ଟାବାଞ୍ଝି ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।