Odia News Portal

ଗୋପୀନାଥପୁର- ବୈଦେଶ୍ୱର ସେତୁର ସମୀକ୍ଷା କଲେ କ୍ରିଷନ୍ କୁମାର

ବଡମ୍ବା: ବଡମ୍ବା ବିଧାୟକ ଦେବୀ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ମହାନଦୀରେ ନିର୍ମାଣାଧୀନ ଗୋପୀନାଥପୁର – ବୈଦେଶ୍ୱର ସେତୁର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଓ ଉଚ୍ଚ ସ୍ତରୀୟ ବୈଷୟିକ ଟିମ ସହ ପରିଦର୍ଶନ ଓ ଆଲୋଚନା ସମୀକ୍ଷା କରିଯାଇଛି । କ୍ରିଷନ କୁମାରଙ୍କ ସହିତ ବିଭାଗର ଅତିରିକ୍ତ ସଚିବ ଇଂ ମନୋରଞ୍ଜନ ମିଶ୍ର, ମୁଖ୍ୟ ଯନ୍ତ୍ରୀ ମହାରଣା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଧ୍ୟାନଚାନ୍ଦ ନାୟକ, ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ ମହାନ୍ତି ପ୍ରମୁଖ ବ୍ରିଜର ଶେଷ ହେବାକୁ ଆବଶ୍ୟକ ସମୟସୀମା , ଆନୁସଙ୍ଗିକ କାର୍ଯ୍ୟକ୍ରମ ଯୋଜନା ସମ୍ପର୍କରେ ସମୀକ୍ଷାରେ ମତ ରଖିଥିଲେ । ଗୋପୀନାଥପୁର ପଟେ ବ୍ରିଜ କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ବାଙ୍କୀ ପଟୁ ଏହା ଆହୁରି କିଛି ସମୟ ଲାଗିବ ବୋଲି ପ୍ରକାଶ ହୋଇଥିଲା ।ଗୋପୀନାଥପୁର ଠାରେ ବୟସ୍କ ବୟସ୍କା ଙ୍କ ପାଇଁ ଓ ପର୍ଯ୍ୟଟକଙ୍କ ପାଇଁ ଏକ ସୁବିଧା କେନ୍ଦ୍ର ପାଇଁ ରାଜସ୍ୱ ବିଭାଗ ତରଫରୁ ୨.୩ ଏକର ଜମି ଦିଆଯାଉଥିବା କୁହାଯାଇଥିଲା । ଏଥିପାଇଁ ମୁଁ ପୂର୍ବରୁ ସର୍ବୋଚ୍ଚ ଯନ୍ତ୍ରୀ ଓ ତାଙ୍କ ସଂଗେ ଆସିଥିବା ଟିମ ଓ କଟକ ଜିଲ୍ଲାପାଳ ଓ ତାଙ୍କ ସଂଗେ ଆସିଥିବା ଅଧିକାରୀ ଗଣଙ୍କୁ ସେତୁ ସ୍ଥଳ ବୁଲାଇଥିଲୁ ଓ ଏକ ସ୍ଥପତି ଅନୁଷ୍ଠାନ (Architech)ଙ୍କୁ ସୁବିଧା କେନ୍ଦ୍ରର ରୂପରେଖ ପାଇଁ ଦାୟିତ୍ୱ ପୂର୍ତ୍ତ ବିଭାଗ ଦେଇଥିଲେ । ତାର ପ୍ରସ୍ତାବିତ ନକ୍ସା ଆଜି ସଚିବଙ୍କୁ ଅଧିକାରୀ ମାନେ ଦେଖାଇଥିଲେ । ଏହାକୁ ଶୀଘ୍ର ଜମି ମିଳିବା ପରେ ଆରମ୍ଭ କଲେ ଅନ୍ତତଃ ବସ ଗାଡ଼ି ରେ ଆସୁଥିବା ପର୍ଯ୍ୟଟକ ଏହାର ସୁବିଧା ନେଇପାରିବେ । ଏହାର କାର୍ଯ୍ୟକୁ ସ୍ୱୀକୃତି ଓ ଅର୍ଥ ମଞ୍ଜୁର ସହ ଟି- ସେତୁର ଶେଷ ପ୍ରାନ୍ତରେ ଦର୍ଶନାର୍ଥୀଙ୍କ ପାଇଁ ପାହାଚ ଓ ଆନୁସଙ୍ଗିକ ସୁବିଧା ପାଇଁ ମୁଁ ଅନୁରୋଧ କରିଥିଲି । ଏହାଛଡା ବର୍ତ୍ତମାନ ଥିବା ବଡ଼ମ୍ବା- ଗୋପୀନାଥପୁର ପୂର୍ତ୍ତ ରାସ୍ତାର ଉନ୍ନତି କରଣ ସହ ବିକଳ୍ପ ସିଧାସଳଖ ରାସ୍ତା ପାଇଁ ସର୍ଭେ କରିବାକୁ ବିଧାୟକ ମିଶ୍ର ଅନୁରୋଧ କରିବାରେ ପୂର୍ତ୍ତ ସଚିବ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ।