ପୁର: ସୁରୁଖୁରୁରେ ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ମଙ୍ଗବାର ଶ୍ରିଜିଉଙ୍କ ବାହୁଡ଼ାଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ଏକ ଅପୂର୍ବ ଦୃଶ୍ୟ । ଭାବ ବିନୋଦିଆ ଠାକୁରରଙ୍କ ଭାବରେ ନିମଗ୍ନ ହୋଇଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ରଥ ମାଉସିମା ମନ୍ଦିର ନିକଟରେ ପହଞ୍ଚିବା କ୍ଷଣି ପ୍ରବଳ ବର୍ଷା ହୋଇଥିଲା । ତେବେ ଏହି ବର୍ଷାକୁ ଖାତିର ନକରି ସେବାୟତମାନେ ରଥଟଣା ଜାରି ରଖିଥିଲେ । ତେବେ ଏହି ସମୟରେ କ୍ରିଷନ କୁମାର ଆଗେ ଢ଼ୁ ଢ଼ୁ ବର୍ଷାରେ ଓଦାରେ ହୋଇ ଆଗେ ଆଗେ ଚାଲିଥିଲେ । କାଳିଆ ପ୍ରେମରେ ନିଜକୁ ହଜାଇ ମହାପ୍ରଭୁଙ୍କ ଗୀତ କାନ କରି ତାଳି ବଜାଇ ବଜାଇ ଚାଲିଥିଲେ । ମୁଣ୍ଡରେ ଗାମୁଛା ଏବଂ ମୁହଁରେ ମାସ୍କ ପିନ୍ଧି ମାଡ଼ି ଚାଲିଥିଲେ ମୁଖ୍ୟ ପ୍ରଶାସକ ।
ବୋଧହୁଏ ତାଙ୍କର ଏଇ ଭକ୍ତି ଭାବ ଓ ସମର୍ପଣ ପାଇଁ ଗତ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲେ ବି କୌଣସି ବିଘ୍ନ ଘଟିନି । ମହାପ୍ରଭୁ ବି ନିଜ ଭକ୍ତର ଭାବାବେଗକୁ ବୁଝିଛନ୍ତି । ରଥଯାତ୍ରାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସବୁ ନୀତିକାନ୍ତି ଶୃଙ୍ଖଳିତ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଏମିତିବି ଜଣେ ପ୍ରଶାସକ ହୋଇବି ସେ ସେବାୟତଙ୍କ ସହ ମିଶି ବଡଦାଣ୍ଡରେ ଗୀତଗୋବିନ୍ଦ ଗାନ କରିବା ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବର ପରିଚୟ । ସେହିଭଳି ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସୁଖଦୁଃଖର ସାଥି ହୋଇଥିବାରୁ ସେବାୟତମାନେବି ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିଥାନ୍ତି ।