ନୂଆଦିଲ୍ଲୀ: କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ରାୟର ଅବମାନନା ଆନ୍ଧ୍ର ସରକାର କରିଛି ବୋଲି ଓଡ଼ିଶା ସରକାର ଅଭିଯୋଗ ଆଣି ସୁପ୍ରିମକୋର୍ଟ ଯାଇଥିଲେ । ଏହି ମାମଲାରେ ଆନ୍ଧ୍ର ସରକାର ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଆନ୍ଧ୍ର ଜବାବର ପ୍ରତି ଜବାବ ଦେବାକୁ ଓଡ଼ିଶା ସରକାରଙ୍କୁ ୪ ସପ୍ତାହର ମହଲତ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । ଓଡ଼ିଶା ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର ଏ ନେଇ ସୂଚନା ଦେଇଛନ୍ତି | ଆନ୍ଧ୍ର ସରକାର ତାଙ୍କ ସତ୍ୟପାଠରେ କୋଟିଆ ଗାଁ’ର ବିବାଦୀୟ ୩ଟି ଗାଁରେ ୧୯୫୨ ମସିହାରୁ ନିର୍ବାଚନ କରିଆସୁଛନ୍ତି ବୋଲି ଦର୍ଶାଇଛନ୍ତି । ଓଡ଼ିଶାର କୋଟିଆ ଗାଁରେ ଆନ୍ଧ୍ର ସରକାର ଜୋରଜବରଦସ୍ତ ପଞ୍ଚାୟତ ନିର୍ବାଚନ କରୁଥିବାରୁ ଏହା ଏବେ ଚର୍ଚ୍ଚାରେ ଅଛି ।୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବି ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତି ଶୁଣାଣି ଉପରେ ସମସ୍ତଙ୍କ ନଜର ରହିବ ।
ଆନ୍ଧ୍ର ସରକାର ତାଙ୍କ ସତ୍ୟପାଠରେ କୋଟିଆ ଗାଁ’ର ବିବାଦୀୟ ୩ଟି ଗାଁରେ ୧୯୫୨ ମସିହାରୁ ନିର୍ବାଚନ କରିଆସୁଛନ୍ତି ବୋଲି ଦର୍ଶାଇଛନ୍ତି । ଓଡ଼ିଶାର କୋଟିଆ ଗାଁରେ ଆନ୍ଧ୍ର ସରକାର ଜୋରଜବରଦସ୍ତ ପଞ୍ଚାୟତ ନିର୍ବାଚନ କରୁଥିବାରୁ ଏହା ଏବେ ଚର୍ଚ୍ଚାରେ ଅଛି ।୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବି ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତି ଶୁଣାଣି ଉପରେ ସମସ୍ତଙ୍କ ନଜର ରହିବ ।