ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ | ଏହି ଅବସରରେ ତାଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର | ଉପରାଷ୍ଟ୍ରପତଙ୍କୁ ଭେଟିବା ସମୟରେ ଶ୍ରୀଜିଉଙ୍କ ଏକ ଫୋଟ ଚିତ୍ରକୁ ଉପଢୌକନ ଭାବରେ ଉପରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | ଉପଢୌକନ ପାଇବା ପରେ ଶ୍ରୀ ନାଇଡ଼ୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଫଟୋଟି ପାଇବା ପରେ ଭାବ ବିହ୍ୱଳ ହୋଇପଡିଛନ୍ତି ଉପରାଷ୍ଟ୍ରପତି |ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ମହାପ୍ରଭୁଙ୍କ ସମ୍ପର୍କରେ ନିଜ ଭାବାବେଗକୁ ଟ୍ୱିଟ କରିଛନ୍ତି |
“ପ୍ରଭୁ ଜଗନ୍ନାଥଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ବିବେଚନା କରାଯାଇଥାଏ ଏବଂ ସେ ସାରା ଦେଶରେ ପୂଜିତ। ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଆମର ପ୍ରାଚୀନ ମନ୍ଦିର ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ନୁହେଁ ବରଂ ଏହା ଭାରତୀୟ ସଂସ୍କୃତିର ଜୀବନ୍ତ ଐତିହ୍ୟ। ପ୍ରତ୍ୟେକ ବର୍ଷ ପୁରୀ ରଥଯାତ୍ରାକୁ ଭକ୍ତଗଣ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଭଗବାନ ଜଗନ୍ନାଥଙ୍କର ଏହି ବାର୍ଷିକ ଯାତ୍ରା ଦେଖିବା ଲାଗି ସାରା ବିଶ୍ୱରୁ ଭକ୍ତମାନେ ଆସିଥାନ୍ତି” ବୋଲି ଉପରାଷ୍ଟ୍ରପତି ନିଜ ଟ୍ଵିଟରେ ଉଲ୍ଲେଖ କରିଛନ୍ତି |