ନୂଆଦିଲ୍ଲୀ () ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇ ‘ଘର ଘର ରାସନ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗଳବାର ଏକ ପ୍ରେସ୍ କନଫରେନ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହି ଯୋଜନାକୁ ଲାଗୁ ହେବା ପରେ ଲୋକଙ୍କୁ ରାସନ ଦୋକାନକୁ ଯିବାକୁ ପଡିବନି । ସରକାର ଗରିବ ଲୋକଙ୍କୁ ଘରେ ଘରେ ରାସନ ପହଞ୍ଚାଇବେ । ଦିଲ୍ଲୀରେ ପ୍ରତି ମାସରେ ପ୍ରାୟ ୭୨ ଲକ୍ଷ ଲୋକଙ୍କୁ ରାସନର ଫାଇଦା ମିଳିଥାଏ ।
କେଜ୍ରିୱାଲ୍ କହିଛନ୍ତି କି ଯୋଜନା ଲାଗୁ ହେବା ପରେ ଲୋକଙ୍କ ଘରେ ରାସନ ପଠାଯିବ । ସେମାନଙ୍କୁ ରାସନ ଦୋକାନକୁ ଯିବାକୁ ପଡିବନି । ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ । କେଜ୍ରିୱାଲ୍ ଆଗକୁ କହିଛନ୍ତି କି ଯେଉଁ ଦିନ ଦିଲ୍ଲୀ ସରକାରଙ୍କ ଘରେ ଘରେ ରାସନ ଯୋଜନା ଆରମ୍ଭ ହେବ ସେହି ଦିନ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ୱନ୍ ନେସନ୍ ୱନ କାର୍ଡ ଯୋଜନା ଲାଗୁ ହେବ ।
ଦିଲ୍ଲୀବାସୀଙ୍କୁ ବିକଳ୍ପ ଦିଆଯିବ ସେମାନେ ରାସନ ଦୋକାନକୁ ଯାଇ ନେବେ କିମ୍ବା ହୋମ୍ ଡେଲିଭରୀରେ ରାସନ ନେଇପାରିବେ । ହୋମ୍ ଡେଲିଭରୀ ଅନୁସାରେ ଗହମ ବଦଳରେ ଅଟା ଦିଆଯିବ । ଏହି ଯୋଜନା ୬-୭ ମାସରେ ଆରମ୍ଭ ହେବା ନେଇ ଆଶା କରାଯାଉଛି ।