ନୂଆଦିଲ୍ଲୀ: ଜେଇଇ ମେନ୍ ରିଜଲ୍ଟ ପ୍ରକାଶ ପାଇଛି। ତେବେ ମାର୍ଚ୍ଚ ମାସର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି ।ପୂର୍ବରୁ ଫେବୃଆରୀ ସେସନର ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଥିଲା। । ଏହି ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ । ସେଥରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମାତ୍ର ୬ ଦିନ ମଧ୍ୟରେ ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନଟିଏ) ଦ୍ୱାରା ପରିଚାଳିତ ପରୀକ୍ଷା ଜେଇଇ ମେନ୍ ରେଜଲ୍ଟ ପ୍ରକାଶ ପାଇଛି । ପୂର୍ବଭଳି ଏଥିରେ ମଧ୍ୟ ପୁଅଙ୍କୁ ପଛରେ ପକାଇ ବାଜି ମାତ୍ କରିଛନ୍ତି ଝିଅ ।
ସେହିଭଳି ମାର୍ଚ୍ଚ ୧୬ରୁ ୧୮ ଯାଏ ଏହି ପରୀକ୍ଷା ହୋଇଥିଲା । ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ୩୦୦ ରୁ ୩୦୦ ନମ୍ୱର ରଖି ଇତିହାସ ରଚିଛନ୍ତି ଦିଲ୍ଲୀର ଝିଅ କାବ୍ୟା ଚୋପ୍ରା । ଏଯାବତ୍ ଶତପ୍ରତିଶତ ନମ୍ୱର ରଖିବାରେ ସେ ହେଉଛନ୍ତି ପ୍ରଥମ ମହିଳା । ପୂର୍ବରୁ ସେ ଫେବୃୟାରୀରେ ହୋଇଥିବା ଜେଇଇ ମେନରେ ୯୯.୯୭ ପ୍ରତିଶତ ନମ୍ୱର ରଖି କୃତକାର୍ଯ୍ୟ ହୋଇଥିଲେ । ହେଲେ ସେ ଏଥିରେ ସନ୍ତୁଷ୍ଟି ହୋଇନଥିଲେ । ତାଙ୍କର ଲକ୍ଷ୍ୟ ଥିଲା ସେ ଶତପ୍ରତିଶତ । ସେଥିପାଇଁ ମାର୍ଚ୍ଚ ମାସରେ ପୁଣିଥରେ ପ୍ରୟାସ କରିଥିଲେ । ଆଉ ଏବେ ତାଙ୍କର ସ୍ବପ୍ନ ପୂରଣ ହୋଇଛି । ନିଜର ନିଷ୍ଠା ଓ ଏକାଗ୍ରତା ପାଇଁ ସେ ଏଇ ସଫଳତା ପାଇଥିବା ସେ କହିଛନ୍ତି । ଆଜି ପ୍ରକାଶ ପାଇଥିବା ରେଜଲ୍ଟରେ ଓଡ଼ିଶାରୁ ଟପ୍ପର ହୋଇଛନ୍ତି ଦେବାଶିଷ ପଣ୍ଡା । ଦେବାଶିଷ ମୋଟ ୯୯.୯୫% ମାର୍କ ରଖିଛନ୍ତି ।
ସେହିପରି ଶତ ପ୍ରତିଶତ ମାର୍କ ରଖିଥିବା ଶିକ୍ଷାର୍ଥୀମାନେହେଲେ ଦିଲ୍ଲୀର ସିଦ୍ଧାର୍ଥ କଲରା , ତେଲେଙ୍ଗାନାର ବାନ୍ନୁରୁ ରୋହିତ କୁମାର ରେଡ୍ଡୀ, ମାଦୁର ଆଦର୍ଶ ରେଡ୍ଡୀ ଓ ଯୋସୟୁଲା ଭେଙ୍କଟ ଆଦିତ୍ୟ, ପଶ୍ଚିମବଙ୍ଗର ବ୍ରାଟିନ ମଣ୍ଡଳ, ବିହାରର କୁମାର ସତ୍ୟଦର୍ଶୀ, ରାଜସ୍ଥାନର ମ୍ରିଦୁଲ ଅଗ୍ରୱାଲ ଓ ଜେନିଥ ମାଲହୋତ୍ରା, ତାମିଲନାଡୁର ଅଶ୍ୱିନ ଅବ୍ରାହମ ଏବଂ ମହାରାଷ୍ଟ୍ରର ଅଥର୍ବ ଅଭିଜିତ ତାମବାଟ ଓ ବକ୍ସି ଗାର୍ଗୀ ମାରକଣ୍ଡ ମଧ୍ୟ ଶତ ପ୍ରତିଶତ ମାର୍କ ରଖିଛନ୍ତି ।