କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ |କର୍ଲାପାଟ ଅଭୟାରଣ୍ୟରେ ୬ଟି ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ନିମନ୍ତେ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି କଳାହାଣ୍ଡିରେ ପହଞ୍ଚିବେ । ଟିମ୍ ରେ ଡଃ. କରିକାଲନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ଓ୍ବାଇଲ୍ଡ ଲାଇଫ, ଡଃ.ପି.ପି ପଣ୍ଡା କୋର୍ଡିନେଟର ନ୍ୟାସନାଲ ଏଲିଫ୍ୟାଣ୍ଟ ସେଣ୍ଟର, ପ୍ରଫେସର ଡଃ. ନିରଞ୍ଜନ ସାହୁ, ସେଣ୍ଟର ଓ୍ବାଇଲ୍ଡ ଲାଇଫ୍, ଓଡ଼ିଶା, ପଦ୍ମଶ୍ରୀ ଡଃ.କେକେ ଶର୍ମା ଭେଟନାରୀ କଲେଜ ଆସାମର ପ୍ରମୁଖ ସଦସ୍ୟ |
ହାତୀ ମୃତ୍ୟୁର କାରଣ ହାମରଜେ ସେପ୍ଟିସେମିଆ ରୋଗ ବୋଲି ସ୍ପଷ୍ଟ ହେଲା ପରେ ଏହା ଦ୍ୱାରା କିପରି ଅଭୟାରଣ୍ୟରେ ଥିବା ହାତୀଙ୍କୁ ରକ୍ଷା କରିହବ |ସେ ନେଇ ଅଧିକ ଅନୁଧ୍ୟାନ କରିବେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଫଳରେ ଦେଶରେ ଥିବା ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚ ସ୍ତରୀୟ କମିଟି ସରକାରକୁ ପରାମର୍ଶ ଦେବେ । କଳାହାଣ୍ଡିର କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀ ମୃତ୍ୟୁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟଙ୍କ ଚିନ୍ତା ବଢ଼ାଇ ଦେଇଛି |