ବଲାଙ୍ଗୀର: ସହରମଧ୍ୟରେ ଥିବା ଜେ.ଏସ.ଏମ.ବାଣିଜ୍ୟ ବିଭାଗ କଲେଜରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଫଟୋରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଖୁରିଆ, କଲେଜର ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ର୍ଶମା, ମନରଞ୍ଜ ସାହୁ, ମେଣ୍ଟର ପିତବାସ ପଣ୍ଡା ଓ କଲେଜର ପ୍ରଧାନ ମିହିର୍ ପଟ୍ଟନାୟକ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ । ଏହାସହ ଛାତ୍ର ଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନାଟ୍ୟ ଭୂଷଣ ଜଗଦାନନ୍ଦ ଖୁରିଆ ତାଙ୍କ ଭାଷଣରେ ଦିଗଦର୍ଶନ ଦେଇଥିଲେ । କଲେଜ ପରିସର ଭିତରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ଉପଲକ୍ଷେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା ।
