ଆଉ ନାହାନ୍ତି ସାମ୍ବାଦିକ ସରୋଜ । ଏମିତି ବି ମୃତ୍ୟୁ ଆସେ ।ସୂଚନାନୁସାରେ ଆଜି ସକାଳେ ନିଜ ବ୍ୟବସାୟ ଦୋକାନ ଖୋଲିବା ପରେ ହଠାତ୍ ତାଙ୍କ ଛାତି ଅତ୍ୟଧିକ ଯନ୍ତ୍ରଣା ହେବାରୁ ସେ ତଳେ ପଡିଯାଇଥିଲେ ଏବଂ ସେଠାରେ ଥବା ସାମ୍ବାଦିକ ବନ୍ଧୁ ମାନେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ପଠାଇ ଦିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।। ସାମ୍ବାଦିକ ସରଜ କୁମାର ଲେଙ୍କା ଏକ ନିରୀହ ସାମ୍ବାଦିକ ଭାବରେ କାମ କରି ଲୋକ ମାନଙ୍କ ସମସ୍ୟା ଦୂର କରୁଥିଲେ ।ତାଙ୍କ ମୃତ୍ୟୁ ପରେ ବୋଇପାରିଗୁଡା ଅଂଚଳରେ ଦୁଃଖ ର ବାତାବରଣ ଖେଳି ଯାଇଛି। ତାଙ୍କ ର ଅମର ଆତ୍ମା କୁ ଶାନ୍ତି ମିଳୁ ଏତିକି ମହା ପ୍ରଭୂ ଜଗନ୍ନାଥ ପାଖରେ ପ୍ରାଥନା ।