ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ପାଖରେ ପହଞ୍ଚିଲା ଭିସେରା ରିପୋର୍ଟ। ଭିସେରା ରିପୋର୍ଟକୁ ତନ୍ନ ତନ୍ନ କରି ତର୍ଜମା କରୁଛି ଯାଜପୁର ପୋଲିସ। ତର୍ଜମା ପରେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଭିତରୁ ସତ ସାମ୍ନାକୁ ଆସିବ । ତେବେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୋଲିସ କବଜାରେ ଥିବା ସମୟରେ ସହଯୋଗୀ ଶେଖରର ଟେର ପାଇପାରିନି ପୋଲିସ |


ତେବେ ଭିସେରା ରିପୋର୍ଟ ନେଇ ଅଧିକ ସୂଚନା ଆଜି ସନ୍ଧ୍ୟାରେ ପ୍ରେସମିଟ କରି ଦେବ ଯାଜପୁର ପୋଲିସ । ଶ୍ୱାସ ରୁଦ୍ଧ କାରଣରୁ ଏବଂ ଖାଦ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିବା ପୂର୍ବରୁ ଖବର ମିଳୁଥିବା ସମୟରେ ଏବେ ଭିସେରା ରିପୋର୍ଟ ସ୍ପଷ୍ଟ କରିବ ମୃତ୍ୟୁ ପଛର କାରଣ କଣ ରହିଥିଲା।