ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଗିରଫ। ପୋଲିସ୍ ହାତରେ ଧରାପଡ଼ିଛି ଅଭିଯୁକ୍ତ ରାକେଶ ସ୍ୱାଇଁ। ପୋଲିସ ତାକୁ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଅଟକ ରଖିଛି। ସିସିଟିଭିରେ ଥିବା ପଛ ସ୍କୁଟି ଆରୋହୀ ରାକେଶ ବୋଲି ପୋଲିସ ଖବର ପାଇଛି। ବର୍ତ୍ତମାନ ଯାଜପୁର ପୋଲିସ ଝରାଫୁଲ ମୃତ୍ୟୁ ମାମଲାର ତଦନ୍ତ କରୁଛି।
ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା । ଏୟାରଫିଲ୍ଡ ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ପରେ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କଲା କମିଶନରେଟ ପୋଲିସ । ଅଧିକ ପଚରାଉଚରା ପାଇଁ ରାକେଶକୁ ନେଲା ଯାଜପୁର ପୋଲିସ ।ସିସିଟିଭି ଖୋଲିଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ।
ସିସିଟିଭି ଫୁଟେଜ ରେ ଥିବା ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ । ଏହି ଆଧାରରେ ଜଣେ ଅଭିଯୁକ୍ତ ରାକେଶକୁ ଗିରଫ କରିଛି ପୋଲିସ । ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁର ଛାନଭିନ୍ ଚାଲିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ପୋଲିସ୍ ଜୋରଦାର ଉଦ୍ୟମ ଚଳାଇଥିଲା। ମୃତଦେହକୁ ଦୁଇଜଣ ସ୍କୁଟିରେ ନେଇ ଯାଉଥିବାର ଦୃଶ୍ୟ ସିସିଟିଭିରୁ ସାମ୍ନାକୁ ଆସିବା ପରେ ଏହି ଆଧାରରେ ଖୋଳତାଡ କରିଥିଲା ପୋଲିସ ।