ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜୋରଦାର ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା ଜାରି ରଖିଛି ପୋଲିସ। ୨୬ ତାରିଖ ରାତିରେ ଝରାଫୁଲ ସହିତ କ’ଣ ହୋଇଥିଲା ଏନେଇ ରାକେଶକୁ ନିକଟରୁ ସତ ଓଗାଳୁଛନ୍ତି ଏସଡିପିଓ ।ଯାଜପୁର ଜିଲ୍ଲା ଦୌରାଜଜ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।


ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଁଚିଥିଲା କୁଆଖିଆ ପୋଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା । ପ୍ରଥମେ ଯାଜପୁର ମେଡ଼ିକାଲରେ ରାକେଶର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଝରାଫୁଲ ରହିଥିବା ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ । ତେବେ ଝରାଫୁଲଙ୍କ ମୃତ୍ୟୁକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ମୃତ୍ୟୁ ପଛର ରହସ୍ୟ ସ୍ପଷ୍ଟ ହୋଇପାରି ନାହିଁ ।