କଟକ : କଟକ ସ୍ୱରେଜ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିବା ପରେ ୨ ଜଣ ଜେଇଇ ଓ ଜଣେ ଜୁନିଅର ଇଞ୍ଜିନିୟର ନିଲମ୍ବିତ କରାଯାଇଥିଲା । ଆଜି ଜନସ୍ବାସ୍ଥ୍ୟ ବିଭାଗ ଜେଇ ନିଲମ୍ବିତ । ଜେଇଙ୍କୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଠିକା ସଂସ୍ଥା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଲାଗି ବିଭାଗୀୟ ନିଷ୍ପତ୍ତି ନିଆଯାଇଛି । ମୃତକଙ୍କ ପରିବାରକୁ ଜନସ୍ବାସ୍ଥ୍ୟ ବିଭାଗ କ୍ଷତି ପୂରଣ ରାଶି ଦେବ ।ସେପଟେ ଉକ୍ତ ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିଥିଲେ । ଆସନ୍ତା ତାରିଖ ପୂର୍ବରୁ କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ, ସିଏମସି କମିଶନର ଘଟଣା ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମୃତକଙ୍କ ପରିବାରକୁ ଭେଟିବା ଲାଗି ସୋମବାର ରାଜ୍ୟ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ଅପ୍ରେଲରେ କଟକ ସିଡିଏ ସେକ୍ଟର ୧୦ରେ ଘଟିଥିଲା ଅଘଟଣ । ସ୍ବରେଜ୍ ଲାଇନରେ କାମ କରୁଥିବା ବେଳେ ୨ ଜଣ ଶ୍ରମିକଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା ।