ପୋଲିସକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକରି ମରାଗଲା, କେହି ତ କ୍ଷମା ମାଗିଲେନି ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ କ୍ଷମା ମାଗିଲେନି । ଧନୁପାଲି ଆଇଆଇସି ମୋତେ ମାରିଲେ ତାହାଲେ ମୁଁ କଣ ପାଇଁ କ୍ଷମା ମାଗିବି । ଆନ୍ଦୋଳନ ବେଳେ ମହିଳାଙ୍କ ପଟେ ଥିଲେ ପୁଣି ଆସିକି ମୋତେ ମାରିଲେ । ଓଡିଶା ପୋଲିସ ମୋତେ କ୍ଷମା ମାଗିବ ନା ମୁଁ ତାଙ୍କୁ କ୍ଷମା ମାଗିବି ? ସେଥିପାଇଁ ନବୀନ ବାବୁ ନିୟମ କରିଦିଅନ୍ତୁ ଓଡିଶା ପୋଲିସକୁ ସବୁ ଏଠି ମାଫ । ପୋଲିସ ଅତ୍ୟାଚାର ସହିପାରିଲେ ପଳାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କୁହନ୍ତ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।