ଭାରତୀୟ ଦଳର ଖେଳାଳୀ ଯଶପ୍ରୀତ ବୁମରା ଶ୍ରୀଲଙ୍କା ଗସ୍ତରେ ଦଳକୁ ପ୍ରବ୍ୟାବର୍ତ୍ତନ କରିଛନ୍ତି । ୨୦୨୦ରେ ବୁମରା ପ୍ରାୟ ସବୁ ଫର୍ମାଟ୍ରେ କ୍ରିକେଟ୍ ଖେଳିଛନ୍ତି। ବୁମରା ୯ଟି ଦିନିକିଆ, ୮ ଟି-୨୦ ଓ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ତେବେ ଏହା ବାବଦରେ ସେ ବିସିସିଆଇଠୁ ୨୦୨୦ ବର୍ଷ ପାଇଁ ପ୍ରାୟ ୧.୩୮ କୋଟି ଟଙ୍କା ପାଇଛନ୍ତି। ଏହି ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ବିରାଟ କୋହଲିଙ୍କୁ ଚଳିତ ବର୍ଷ ୨୦୨୦ ପାଇଁ ବିସିସିଆଇଠୁ ୧.୨୯ କୋଟି ଟଙ୍କା ମିଳିଛି । ବିରାଟ ଚଳିତ ବର୍ଷ ୩ଟି ଟେଷ୍ଟ ମ୍ୟାଚ, ୯ଟି ଦିନିକିଆ ମ୍ୟାଚ ଓ ୧୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯଦି ବିରାଟ ଚଳିତ ସିରିଜ୍ର ଅବଶିଷ୍ଟ ମ୍ୟାଚ୍ ଖେଳିଥାନ୍ତେ ତେବେ ସହଜରେ ପ୍ରଥମ ସ୍ଥାନରେ ରହିପାରିଥାନ୍ତେ । ମାତ୍ର ଗର୍ଭବତୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ରହିବା ପାଇଁ ସେ ସ୍ଵଦେଶରୁ ଫେରିଛନ୍ତି ।ତେବେ ଏହି ରେସରେ ତୃତୀୟ ସ୍ଥାନରେ ଅଛନ୍ତି ରବୀନ୍ଦ୍ର ଜାଡେଜା । ଜାଡେଜା ଚଳିତ ବର୍ଷ ଭାରତ ପାଇଁ ୨ଟି ଟେଷ୍ଟ ମ୍ୟାଚ, ୯ ଦିନିକିଆ ଓ ୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ତେବେ ବିସିସିଆଇର ନିୟମ ଅନୁଯାୟୀ ପ୍ରତି ଭାରତୀୟ ଖେଳାଳିଙ୍କୁ ଗୋଟିଏ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ମିଳିଥାଏ। ପ୍ରତି ଦିନିକିଆ ପାଇଁ ୬ ଲକ୍ଷ ଏବଂ ପ୍ରତି ଟି-୨୦ ମ୍ୟାଚ୍ ପାଇଁ ୩ ଲକ୍ଷ ଟଙ୍କା ମିଳିଥାଏ।