ନୂଆଦିଲ୍ଲୀ: ପ୍ରେସ୍ ଇନଫରମେସନ୍ ବ୍ୟୁରୋ (ପିଆଇବି)ର ପ୍ରମୁଖ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜୟଦୀପ ଭଟ୍ଟନାଗର । ୧୯୮୬ ବ୍ୟାଚ୍ର ଭାରତୀୟ ସୂଚନା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜୟଦୀପ ଭଟ୍ଟନାଗର ଏହା ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗ ଏବଂ ଦୂରଦର୍ଶନର ବାଣିଜ୍ୟ, ବିକ୍ରୟ ଓ ମାର୍କେଟିଂ ବିଭାଗର ବ୍ୟବସାୟିକ ମୁଖ୍ୟ ଥିଲେ ।
ଏହା ସହିତ ଜୟଦୀପ ଭଟ୍ଟନାଗର ପଶ୍ଚିମ ଏସିଆର ୨୦ଟି ଦେଶ ପାଇଁ ପ୍ରସାର ଭାରତୀ ତରଫରୁ ସ୍ବତନ୍ତ୍ର ସମ୍ବାଦଦାତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ପରେ ସେ ଆକାଶବାଣୀ ନ୍ୟୁଜ୍ ସର୍ଭିସେସ୍ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟପରିଚାଳନା କରିଥିଲେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ରେ ସେ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଥିଲେ । ଏପରି ଅନେକ ସଂସ୍ଥା ସହିତ ଜୟଦୀପ ଭଟ୍ଟନାଗର ଜଡିତ ଥିଲେ । ପିଆଇବିର ମୁଖ୍ୟ ଭାବେ ଦାୟିତ୍ବ ନେବା ପୂର୍ବରୁ ଏହି ବିଭାଗରେ ସେ ବିଭିନ୍ନ ପଦବୀରେ ଥାଇ ସୂଚାରୁ ରୂପେ ଦାୟିତ୍ବ ତୁଲାଇଛନ୍ତି । ତାଙ୍କ ପୂର୍ବରୁ ପିଆଇବିର ମୁଖ୍ୟ ଥିଲେ କୁଲଦୀବ ସିଂ ଧତଓ୍ବାଲିଆ । ୨୮ ଫେବୃଆରୀ ୨୦୨୧ରେ ସେ ଅବସର ନେବା ପରେ ଜୟଦୀପ ଭଟ୍ଟନାଗରଙ୍କୁ ଦାୟିତ୍ବ ଭାର ହସ୍ତାନ୍ତର କରାଯାଇଛି ।