Odia News Portal

ଶୁଟିଂ ବିଶ୍ୱକପ : ଭାରତକୁ ୩ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨ା୩(ଏଜେନ୍ସି): ସୋମବାର ଦିନ ନୂଆଦିଲ୍ଲୀରେ ଚାଲିଥିବା ଆଇଏସଏସଏଫ ଶୁଟିଂ ବିଶ୍ୱକପରେ ମୀରଜ ଖାନ, ଅଙ୍ଗଦ ବାଜୱା ଏବଂ ଗୁରୁଜୋତ ଖଙ୍ଗୁରାଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ସ୍କିଟ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଭାରତୀୟ ଦଳ ଫାଇନାଲରେ କାତାରକୁ -୨-୨ରେ ପରାସ୍ତ କରି ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛି । ଆଜି ପର୍ଯ୍ୟନ୍ତ ଏହା ହେଉଛି ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ । ଫାଇନାଲରେ କାଜାଖସ୍ତାନକୁ ୪-୬ ହାରିବା ପରେ ଭାରତ ମହିଳା ସ୍କିଟ୍ ଦଳ ଏକ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ।
ଆଜି ଆରମ୍ଭରୁ ଭାରତର ସୌରଭ ଚୌଧୁରୀ ଓ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଏଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଫାଇନାଲରେ ସୌରଭ ଓ ମନୁ ପ୍ରତିପକ୍ଷ ଇରାନ୍କୁ ୧୬-୧୨ରେ ପରାସ୍ତ କରିଛି ।
ଏହାପରେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳ ଇଭେଣ୍ଟ ଫାଇନାଲରେ ଏଲାଭେନିଲ ଭାଲାରିଭାନ ଏବଂ ଦିବ୍ୟଶ ପାନୱାର ହଙ୍ଗେରୀ ଯୋଡି ଡେନସ୍ ଇଷ୍ଟର୍ ଏବଂ ଇଷ୍ଟଭାନ୍ ପେନିଙ୍କୁ ୧୬-୧୦ ରେ ପରାସ୍ତ କରି ଭାରତ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲା ।
୧୦ ମିଟର ଏୟାର ପିସ୍ତଲ ସୁଟର ଅଭିଷେକ ଏବଂ ଯଶସ୍ୱିନୀ ଅ ।ଇଏସଏସଏଫ ବିଶ୍ୱକପ ରାଇଫଲ / ପିସ୍ତଲ / ଗୁଳିରେ ସଫଳ ପ୍ରଦର୍ଶନ ପରେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲ ରÿ୍ୟାଙ୍କିଙ୍ଗରେ ଏଲାଭେନିଲ ଭାଲାରିଭାନ ମଧ୍ୟ ନିଜର ସ୍ଥାନ ବଜାୟ ରଖିଛନ୍ତି, ଅର୍ଥାତ ତିନିଜଣ ଭାରତୀୟ ସୁଟର ବର୍ତ୍ତମାନ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।
ଏହି ସମୟରେ, ଭାରତ ବର୍ତ୍ତମାନ ୧୨ ଟି ପଦକ ସହିତ ଟୁର୍ନାମେଣ୍ଟରେ ଅଗ୍ରଣୀ ହାସଲ କରିଛି ।