ଆମେରିକା ର ହ୍ୟୁଷ୍ଟନ ସହରରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା କୁ ନେଇ ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l
ଶ୍ରୀ ଜଗନ୍ନାଥ ପୁରୀ ରୁ ଆରମ୍ଭ କରି ଦିଲ୍ଲୀ ଆମେରିକା ପର୍ଯ୍ୟନ୍ତ ସବୁଆଡେ ଇସ୍କନ ର ଏହି କାର୍ଯକ୍ରମ କୁ ତୀବ୍ର ନିନ୍ଦା କରାଯାଇଛି l
ତୀବ୍ର ନିନ୍ଦା କରାଯିବ ସହିତ ବିରୋଧ ମଧ୍ୟ କରାଯାଇଛି l ଚଳିତ ମାସ 3 ତାରିଖରେ ରେ ଇସ୍କନ ଶ୍ରୀ ଜଗନ୍ନାଥ ଙ୍କର ସ୍ନାନ ଯାତ୍ରା ଏବଂ 9 ତାରିଖରେ ରଥଯାତ୍ରା ଘୋଷଣା କରିବା ପରେ ପୁରୀ ଗଜପତି ଏହାର ପ୍ରତିବାଦ କରି ଇସ୍କନ କାର୍ତ୍ୟୁପକ୍ଷ ଙ୍କୁ ପତ୍ର ଲେଖିଥିଲେ କିନ୍ତୁ ଇସ୍କନ କାର୍ତ୍ୟୁପକ୍ଷ 3 ତାରିଖ ରେ ସ୍ନାନ ଯାତ୍ରା ହେବ ନାହିଁ ବୋଲି ଜଣାଇ ରଥଯାତ୍ରା ସମ୍ପର୍କରେ ନିରବ ରହିଥିଲେ କିନ୍ତୁ ଏବେ ହ୍ୟୁଷ୍ଟନ ରେ ଇସ୍କନ ପକ୍ଷରୁ ଆସନ୍ତା 9 ତାରିଖ ରେ ରଥଯାତ୍ରା କରିବାକୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l ଏହା ଜାଣିବା ପରେ ଓଡିଶା ରେ ପ୍ରବଳ ପ୍ରୀତିକ୍ରୟ ଦେଖାଯାଉଛି ତା ସହିତ ଆମେରିକା ରେ ରହୁଥିବା ବହୁ ପ୍ରବାସୀ ଏହି ରଥଯାତ୍ରା କୁ ବିରୋଧ କରି ଏହା ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ଓ ଓଡ଼ିଆ ଅସ୍ମିତା ର ବିରୋଧୀ ବୋଲି କହିଛନ୍ତି l
ପ୍ରବାସୀ ଭାରତୀୟ ମାନେ ଆମରିକା ରୁ ଓଡ଼ିଆ ସରକାର ଓ କେନ୍ଦ୍ର ସରକାର ଙ୍କର ହସ୍ତକ୍ଷେପ ଦାବି କରି ଆମେରିକା ରେ ଇସ୍କନ ର ଅଦିନିଆ ରଥଯାତ୍ରା କୁ ବନ୍ଧ କରିବା ପାଇଁ ନିବେଦନ କରିଛନ୍ତି l