ଭୁବନେଶ୍ୱର: କେତେକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗରେ ପୋଲିସ ଡିଜି ପଦରୁ ନାଟକୀୟ ଭାବରେ ବିଦା ହୋଇ ସଚିବାଳୟରେ ସ୍ଵରାଷ୍ଟ୍ର ବିଭାଗର ଓଏସଡି ଭାବରେ ନିଯୁକ୍ତି ପାଇଥିବା ବହୁ ଚର୍ଚ୍ଚିତ ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ମିଳିଛି ନୂଆ ନିଯୁକ୍ତି | ଓଏସଡି ପଦରେ ରହି ଦରମା ନେଇ ଘରେ ବସିବା ପରେ ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଓଡିଶା ସରକାରଙ୍କ ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି |

ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରି ୩ ମାସ କୌଣସି ପୋଷ୍ଟିଙ୍ଗ ନପାଇ ସଚିବାଳୟରେ ଘୁରିବୁଲୁଥିବା ଶ୍ରୀ ହିମାଂଶୁ ଲାଲଙ୍କୁ ଜେଲ୍ ଓ କରେକ୍ସନାଲ ସର୍ଭିସ୍ ବିଭାଗର ଆଇଜି ରୂପେ ନିଯୁକ୍ତି ଦିଆଯାଇଛି |