ନୂଆଦିଲ୍ଲୀ: ବର୍ବର, ନୃଂଶସ , ଆଭବନୀୟ ଏବଂ ଲଜ୍ଜା । ସ୍ୱାମୀଙ୍କ ସାମ୍ନାରେ ଦୁଷ୍କର୍ମ କଲେ । ୮ ଜଣ ମିଶି ମହିଳାଙ୍କୁ ଚଳନ୍ତା ଟ୍ରେନରେ ଗଣଦୁଷ୍କର୍ମ । ମୁମ୍ବାଇରୁ ଲକ୍ଷେ୍ନø ଯାଉଥିବା ଏକ ଚଳନ୍ତା ଟ୍ରେନରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୀଡ଼ିତାଙ୍କ ସ୍ୱାମୀ ଏନେଇ ଅଭିଯୋଗ କରିବା ପରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ବାକି ୪ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ଲାଗି ଛାନଭିନ୍ ଚଳାଇଛି ପୋଲିସ ।
ସୂଚନାଯୋଗ୍ୟ, ଇଗତପୁରୀ-କସାରା ମଧ୍ୟରେ ୮ ଦୁର୍ବୃତ୍ତ ଟ୍ରେନ୍ର ବଗି ନଂ-୨ରେ ଚଢ଼ିଥିଲେ। ଏହି ବଗିରେ ଥିବା ଯାତ୍ରୀମାନଙ୍କଠାରୁ ସମସ୍ତ ଜିନିଷ ଲୁଟିଥିଲେ। ଘାଟି ଅଞ୍ଚଳ ହୋଇଥିବାରୁ ଯାତ୍ରୀମାନେ କାହାଠାରୁ କୌଣସି ସହାୟତା ପାଇ ପାରି ନ ଥିଲେ। ଏହି ଲୁଟ୍ପାଟ ସମୟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଯାଉଥିଲେ। ତାଙ୍କୁ ଦୁର୍ବୃତ୍ତମାନେ ଗଣବଳାତ୍କାର ମଧ୍ୟ କରିଥିଲେ। ଏଥିରେ ଭୟଭୀତ ହୋଇପଡ଼ିଥିଲେ ସ୍ବାମୀ ଜଣକ।
କସାରା ଷ୍ଟେଶନରେ ପହଞ୍ଚିବା ପରେ ଯାତ୍ରୀମାନେ ରେଲଓ୍ବେକୁ ସହାୟତା ମାଗିଥିଲେ। ମୁମ୍ବାଇ ଜିଆରପି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଜିଆରପି କମିଶନର କେଶର ଖାଲିଦ କହିଛନ୍ତି, ୮ ଦୁର୍ବୃତ୍ତ ଟ୍ରେନ୍ରେ ଚଢ଼ିଥିଲେ। ସେମାନେ ପ୍ରଥମେ ଯାତ୍ରୀଙ୍କଠାରୁ ଲୁଟ୍ପାଟ କରିଥିଲେ। ପରେ ଜଣେ ମହିଳା ଯେ କି ତାଙ୍କ ସ୍ବାମୀଙ୍କ ସହ ଯାତ୍ରା କରୁଥିଲେ ସେମାନେ ତାଙ୍କୁ ଗଣବଳାତ୍କାର କରଛନ୍ତି। ଭାରତୀୟ ରେଳ ଆକ୍ଟ ଅନୁଯାୟୀ, କେସ ନଂ ୩୭ ଏବଂ ୧୫୩ରେ ମାମଲା ରୁଜୁ କରାଯାଇଛି। ଏହି ଆଧାରରେ ୮ ଜଣଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ ଜଣ ଫେରାର ଥିବା ଜିଆରପି କମିଶନର କହିଛନ୍ତି।