ଭାରତୀୟ ପାସ୍ପୋର୍ଟ ଏବେ ପୂର୍ବ ତୁଳନାରେ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ସାରା ବିଶ୍ୱରେ ଭାରତୀୟ ପାସ୍ପୋର୍ଟର ଶକ୍ତି ପୂର୍ବାପେକ୍ଷା ଆହୁରି ଅଧିକ ବଢ଼ିଯାଇଛି। ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ର୍ୟାଙ୍କିଂ ରେ ଭାରତୀୟ ପାସପୋର୍ଟ ଏବେ ୮୩ ତମ ସ୍ଥାନରେ ପହଞ୍ଚିଛି।
ସୂଚନାଯୋଗ୍ୟ ଯେ ହେନ୍ଲେ ପାସ୍ପୋର୍ଟ ଇନ୍ଡେକ୍ସ ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସ୍ପୋର୍ଟର ତାଲିକା ପ୍ରକାଶିତ କରିଛି। ଏହି ତାଲିକାରେ ୧୯୯ଟି ଦେଶର ପାସ୍ପୋର୍ଟ ରହିଛି। ୨୦୨୧ ମସିହାରେ ହୋଇଥିବା ପାସ୍ପୋର୍ଟ ର୍ୟାଙ୍କିଂ ରେ ୧୯୯ଟି ଦେଶ ମଧ୍ୟରୁ ଭାରତ ୯୦ ତମ ସ୍ଥାନରେ ଥିଲା। କିନ୍ତୁ ୨୦୨୨ରେ ଭାରତୀୟ ପାସପୋର୍ଟ ୭ଟି ସ୍ଥାନରୁ ଉପରକୁ ଉଠି ୮୩ରେ ପହଞ୍ଚିଛି।
ହେନ୍ଲେ ପାସପୋର୍ଟ ଇନ୍ଡେକ୍ସ ଦ୍ୱାରା ଜାରି କରାଯାଇଥିବା ତାଜା ର୍ୟାଙ୍କିଂରୁ ସ୍ପଷ୍ଟ ହୋଇଛି ଯେ ଭାରତୀୟ ପାସ୍ପୋର୍ଟର ଶକ୍ତି ଗତ ବର୍ଷେ ମଧ୍ୟରେ ଆଖି ଦୃଶିଆ ବୃଦ୍ଧି ପାଇଛି। ଭାରତୀୟ ପାସ୍ପୋର୍ଟର ଏହି ଶକ୍ତିର ଲାଭ ସମସ୍ତ ଭାରତୀୟଙ୍କୁ ମିଳିବ, ଯାହା ପାଖରେ ଭାରତୀୟ ପାସ୍ପୋର୍ଟ ରହିଛି। ଏବେ ଭାରତୀୟ ପାସ୍ପୋର୍ଟଧାରକ ବିନା ଭିସାରେ ହିଁ ଦୁନିଆର ୬୦ଟି ଦେଶକୁ ଯାତ୍ରା କରିପାରିବେ। ଗତ ବର୍ଷ ପର୍ୟ୍ୟନ୍ତ ଭାରତୀୟ ପାସ୍ପୋର୍ଟ ଜରିଆରେ ମୋଟ୍ ୫୮ଟି ଦେଶକୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି ଥିଲା।
Sign in
Sign in
Recover your password.
A password will be e-mailed to you.