ଭାରତ ସହାୟତା ଭାବେ ଇରାନର ଚାବହାର ବନ୍ଦର ଦେଇ ଆଫଗାନିସ୍ତାନକୁ ୨୦,୦୦୦ ମେଟ୍ରିକ ଟନ୍ ଗହମ ପଠାଇବ। ମଙ୍ଗଳବାର ଇଣ୍ଡିଆ ସେଣ୍ଟ୍ରାଲ ଏସିଆନ କଣ୍ଟ୍ରିର ପ୍ରଥମ ବୈଠକରେ ଭାରତ ଏହି ଘୋଷଣା କରିଛି ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାରତ ସମେତ କାଜାଖସ୍ତାନ, ର୍କିଗିଜ ରିପବ୍ଲିକ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜ୍ବେକିସ୍ତାନର ସ୍ବତନ୍ତ୍ର ଦୂତ ତଥା ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ଆଫଗାନିସ୍ତାନକୁ କୌଣସି ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ଭୂଇଁ ରୂପେ ବ୍ୟବହାର କରା ନ ଯିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏପରି କି ଆଫଗାନିସ୍ତାଙ୍କ ଅଧିକାର ପ୍ରତି ସମ୍ମାନ ଜଣାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।