Odia News Portal

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଲେ ଅବନୀ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଛି ପାରାଅଲିମ୍ପିକ୍ସ । ରବିବାର ଜାତୀୟ କ୍ରୀଡ଼ାଦିବସରେ ଭାରତ ୩ଟି ପଦକ ଜିତିଥିବା ବେଳେ ଆଜି ୪ଟି ପଦକ ଜିତିଛି ଭାରତ । ସବୁଠାରୁ ଖୁସିର କଥା ହେଉଛି କି, ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଅବନୀ ଲଖେର । ୧୯ ବର୍ଷୀୟ ସୁଟର ମହିଳା ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଝଐ୧ରେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି । ଜୟପୁରର ଅବନୀ ଯୋଗ୍ୟତା ପର୍ୟ୍ୟାୟରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ । ତେବେ ନିଜ ମ୍ୟାଚରେ ୬୦ ଟି ସିରିଜରେ ୬ଟି ସଟ୍ ପରେ ସେ ୬୨୧.୭ସ୍କୋର କରିଥିଲେ । ଯାହା ଏହାକୁ ଶ୍ରେଷ୍ଠ ଆଠଟି ସୁଟର ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା ।