ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥର ଉଦ୍ଘାଟନ। ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୨୮ ଫୁଟ୍ ଏବଂ ଓଜନ ୬୫ ମେଟ୍ରିକ ଟନ୍। ପୂର୍ବରୁ ଜାନୁଆରୀ ୨୩ତାରିଖରେ ନେତାଜୀ ଜୟନ୍ତୀରେ ଏଠାରେ ସୁଭାଷଙ୍କ ହୋଲୋଗ୍ରାମ ସ୍ଥାନ ପାଇଥିଲା। କର୍ତ୍ତବ୍ୟ ପଥ ଓ ନେତାଜୀଙ୍କ ପ୍ରତିମୂର୍ତ୍ତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ଅଂଶ। ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ରାସ୍ତା ଏଣିକି କର୍ତ୍ତବ୍ୟ ପଥ ନାଁରେ ନାମିତ କରାଯାଇଛି।
ଏହାର ଲମ୍ବ ୩କିମି ୨ଶହ ମିଟର ରହିଛି। ଏହି ରାସ୍ତାରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି। ୯ଶହରୁ ଅଧିକ ଲାଇଟ୍ ଲାଗିଛି। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ପିଇବା ପାଣିର ସୁବିଧା ସହ ଷ୍ଟ୍ରିଟ ଫର୍ଣ୍ଣିଚର, ସାର୍ବଜନିକ ଶୌଚାଳୟ ଓ ପର୍ଯ୍ୟାପ୍ତ ପାର୍କିଂର ବ୍ୟବସ୍ଥା କରାଯାଇଛି। ଗତ ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରାଜପଥର ନାମ ପରିବର୍ତ୍ତନ ହେବ । ପ୍ରଥମେ ଏହାକୁ କିଙ୍ଗ୍ସେଓ୍ଵ କୁହାଯାଉଥିଲା । ୧୯୫୫ରେ ଏହାର ନାମ ପରିବର୍ତ୍ତନ ହୋଇ ରାଜପଥ କରାଯାଇଥିଲା । ଏବେ ଏହାର ନାମ ହୋଇଛି କର୍ତ୍ତବ୍ୟପଥ ।
ନେତାଜୀଙ୍କ ପ୍ରତିମୂର୍ତ୍ତି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ଏକ ଅଂଶ। ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ରାସ୍ତା ଏଣିକି କର୍ତ୍ତବ୍ୟ ପଥ ନାଁରେ ନାମିତ କରାଯାଇଛି। ଏହାର ଲମ୍ବ ୩କିମି ୨ଶହ ମିଟର ରହିଛି। ଏହି ରାସ୍ତାରେ ୧୧୪ଟି ଆଧୁନିକ ଇଣ୍ଡିକେଟର ରହିଛି। ୯ଶହରୁ ଅଧିକ ଲାଇଟ୍ ଲାଗିଛି। ଏଠାକୁ ଆସୁଥିବା ଲୋକଙ୍କ ପାଇଁ ପିଇବା ପାଣିର ସୁବିଧା ସହ ଷ୍ଟ୍ରିଟ ଫର୍ଣ୍ଣିଚର, ସାର୍ବଜନିକ ଶୌଚାଳୟ ଓ ପର୍ଯ୍ୟାପ୍ତ ପାର୍କିଂର ବ୍ୟବସ୍ଥା କରାଯାଇଛି। ଗତ ୧୦୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରାଜପଥର ନାମ ପରିବର୍ତ୍ତନ ହେବ । ପ୍ରଥମେ ଏହାକୁ କିଙ୍ଗ୍ସେଓ୍ଵ କୁହାଯାଉଥିଲା । ୧୯୫୫ରେ ଏହାର ନାମ ପରିବର୍ତ୍ତନ ହୋଇ ରାଜପଥ କରାଯାଇଥିଲା । ଏବେ ଏହାର ନାମ ହୋଇଛି କର୍ତ୍ତବ୍ୟପଥ ।