Odia News Portal

ଜାଣନ୍ତୁ ବାତ୍ୟାକୁ ନେଇ କଣ କହିଲେ ଆଇଏମଡି ଡିଜି

ନୂଆଦିଲ୍ଲୀ: ବାତ୍ୟାକୁ ନେଇ ସବୁଠି ଚର୍ଚ୍ଚା । କଣ ହେବ, କେତେବେଳେ ଲ୍ୟାଣ୍ଡଫଲ କରିବ ଏଭଳି ଅନେକ କଥାକୁ ନେଇ ଆରମ୍ଭ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହେବାପରେ ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ଘନିଭୂତ ହୋଇ ବାତ୍ୟାର ରୂପ ନେବ। ସେହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା।
• ରବିବାର ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା
• ତୀବ୍ର ଅବପାତରେ ଗୋପାଳପୁରଠାରୁ ୪୧୦ କିଲୋମିଟର ଦୂରରେ ରହିଛି
• କଳିଙ୍ଗପଟ୍ଟନମର ପୂର୍ବ ଉତ୍ତର ପୂର୍ବ ଦିଗରୁ ୪୮୦ କିଲୋମିଟର ଦୂରରେ ଅଛି
• ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ ଗଭୀର ଅବପାତ
• ୬ ଘଣ୍ଟା ହେବ ୧୪ କିମି ବେଗରେ ଗତି କରୁଛି ଗଭୀର ଅବପାତ
• ସେପ୍ଟେମ୍ବର ୨୬ ସନ୍ଧ୍ୟାରେ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରେ ସ୍ଥଳଭାଗ ଛୁଇଁବ
• ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ ରୁ ୯୫ କିଲୋମିଟର ରହିବ
• ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ କ୍ଷୟକ୍ଷତି ହେବ
• ସେପ୍ଟେମ୍ବର ୨୬ ଓ ୨୭ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ
• ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
• ସମୁଦ୍ର ଅଶାନ୍ତ ଥିବାରୁ ଶନିବାର ଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ