ରାଉରକେଲାବାସୀଙ୍କୁ ସୁପର ସ୍ପେଶାଲିଟି ସୁବିଧା
ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଲୋକାର୍ପିତ
୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଖର୍ଚ୍ଚ ହୋଇଛି ୨୯୫ କୋଟି
ରାଉରକେଲା: ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ | ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଖର୍ଚ୍ଚ ହୋଇଛି ୨୯୫ କୋଟି । ସେଲ ଏବଂ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ନ୍ୟୁରୋଲୋଜୀ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜୀ, କାର୍ଡିଓ ଥୋରାସିକ, ଭାସ୍କୁଲାର ସର୍ଜରୀ ଓ ନେଫ୍ରୋଲୋଜୀ ବିଭାଗ କାର୍ଯ୍ୟ କରିବ । ଏଥିସହ ଏଣ୍ଡୋସ୍ସ୍ପୋପି, ପ୍ରାଇଭେଟ୍ ୱାର୍ଡ, ୩ ଟେଲ୍ସା ଏମ୍ଆର୍ଆଇ, ସିଟି ସ୍କାନ୍, ଲ୍ୟାବ୍, ସିଆର୍ଆର୍ଟି ମେସିନ୍ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍ ଥିଏଟର ରହିଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍, କର୍ମଚାରୀ ଓ ଫ୍ୟାକଲ୍ଟି ରୁମ୍ ରହିଛି । ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍, ଏକାଡେମିକ୍ ବ୍ଳକ ମଧ୍ୟ ରହିଛି ।
ତେବେ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।