ସ୍କାଇ କିଙ୍ଗ ଠକେଇ ମାମଲାରେ ଆଇଏଫଏସ ଅଭୟ ପାଠକଙ୍କୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ଅଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଖାରବେଳନଗର ଥାନା ପୋଲିସର ଖୋର୍ଦ୍ଧା ଏସଡ଼ିଜେଏମ୍ କୋର୍ଟରେ ଆବେଦନ ମଞ୍ଜୁର କରିଥିଲେ । କୋର୍ଟ ପକ୍ଷରୁ ଏହି ଆବେଦନକୁ ମଞ୍ଜୁରୀ ମିଳିିଯାଇଛି ।୬୫ ଲକ୍ଷ ଟଙ୍କା ଠକେଇ ଘଟଣାରେ ପ୍ରମାଣ ଯୋଗାଡ କରିବା ନେଇ ଅଭୟଙ୍କୁ ଜେରା କରିବ ଖାରବେଳନଗର ଥାନା ପୋଲିସ ।
ଏହା ପୂର୍ବରୁ ପୁଅ ଆକାଶ ପାଠକକୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା ପୋଲିସ । ପଚରାଉଚରା ସମୟରେ ବହୁ ଗୁରୁତ୍ୱପୁର୍ଣ ତଥ୍ୟ ମିଳିଥିବା କହିଥିଲେ ଡିସିପି ଉମା ଶଙ୍କର ଦାସ ।ତେବେ ୪ ଦିନିଆ ରିମାଣ୍ଡ ସରିବା ପରେ ଆକାଶଙ୍କୁ ଜେଲ୍ ପଥେ ଦିଆଯାଇଛି |