ମଧ୍ୟପ୍ରଦେଶ କୁନୋରେ ଚିତା ପ୍ରକଳ୍ପ ସଫଳ ହେଲେ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଜଙ୍ଗଲରେ ଚିତାବାଘଗୁଡ଼ିକୁ ସ୍ଥାନାନ୍ତର କରାଯିବ। ତେବେ ଏହି ତାଲିକାରେ ଓଡ଼ିଶା ସ୍ଥାନ ପାଇନାହିଁ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚିତା ପ୍ରକଳ୍ପର ଭବିଷ୍ୟତ ଉପରେ ବର୍ତ୍ତମାନ କାର୍ଯ୍ୟକରୁଛି। ଭାରତରୁ ବିଲୁପ୍ତ ଚିତାର ପୁନର୍ବାସ ଓ ବଂଶବୃଦ୍ଧି ପାଇଁ ଇତିମଧ୍ୟରେ ନାମିବ୍ୟାରୁ ୮ ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଛି।
ଏବେ ବନ ଅଧିକାରୀ ଚିତାଙ୍କ ପ୍ରଜନନକୁ ଅପେକ୍ଷା କରିଛନ୍ତି। ପ୍ରଜନନ ପରେ ଯଦି ଚିତାବାଘଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ପାଏ, ତାହା ହେଲେ ପ୍ରକଳ୍ପ ସଫଳ ହେଲା ବୋଲି ଧରାଯିବ। ଚିତାବାଘଙ୍କ ପୁନର୍ବାସ ପାଇଁ କୁନୋ ସମେତ ଛଅଟି ଜଙ୍ଗଲକୁ ଚିହ୍ନଟ କରାଯାଇଛି। ଏହି ସବୁ ଜଙ୍ଗଲ ହେଲା, ରାଜସ୍ଥାନ ଅଲୱାରର ମୁକୁନ୍ଦରା ଟାଇଗର ରିଜର୍ଭ, ଭୈଂସରଗଡ଼ ଅଭୟାରଣ୍ୟ ଓ ଶେରଗଡ଼ ଅଭୟାରରୢ, ମଧ୍ୟପ୍ରଦେଶର ଗାନ୍ଧୀସାଗର ଅଭୟ୍ୟାରଣ୍ୟ ଏବଂ ମାଧବ ନ୍ୟାସନାଲ ପାର୍କ।