Odia News Portal

IAS ମନୀଷ ଅଗ୍ରୱାଲଙ୍କ ବଢିଲା ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି

ମାଲକାନଗିରି ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବଢିଲା ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି କରିବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ । ବାରମ୍ୱାର ନୋଟିସ୍ ପରେ ବି ହାଜର ହୋଇନଥିଲେ ମନୀଷ ।

ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନଡବ୍ଲୁ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ବାର ନୋଟିସ ସତ୍ତ୍ୱେ ହଜାର ହୋଇ ନଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ୍ । ତେବେ ବର୍ତ୍ତମାନ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ମନୀଷ ।