ନବରଙ୍ଗପୁର: ସ୍ୱାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷା ରଖି ବିବାହ କରିଥାନ୍ତି । ମାତ୍ର ସାମାନ୍ୟ କଳହକୁ କେନ୍ଦ୍ର କରି ସଇତାନ ପାଲଟିଛି ସ୍ୱାମୀ । ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁ ଜିଲ୍ଲା କୋଷାଗୁମୁଡ଼ା ଥାନା ଉମରଗାଁରୁ ଆସିଛି ଏଭଳି ଖବର । ପୋଲିସ ମୃତଦେହକୁ ଜବତ କରିଥିବା ବେଳେ ଅଭିଯୁକ୍ତ ବନମାଳୀ ଭତ୍ରାକୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ଥାଉକି, ବନମାଳୀ ଓ ସ୍ତ୍ରୀ ବୁଦମଣୀ ବେଶ ହସ ଖୁସିରେ ଚଳୁଥିଲେ । ମାତ୍ର ସେମାନଙ୍କ ମଧ୍ୟରେ ଗତକାଲି ସେମାନଙ୍କ ମଧ୍ୟରେ କୌଣସି ପାରିବାରିକ କଳହକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା । ଶେଷରେ ଏହି କଳହ ଉଗ୍ରରୂପ ଧାରଣ କରିଥିଲା । ବନମାଳୀ ଏକ ଧାରୁଆ କଟୁରୀରେ ବଦମୁଣୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଥିଲେ । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।