ବଲାଙ୍ଗୀର: ସାତଜନ୍ମ ଲାଗି ସାଥିହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି ବାହାହୋଇଥିଲେ । ଦୁଃଖ କଷ୍ଟ ଆସିଲେ ସାଥିରେ ରହିବାକୁ କଥା ଦେଇଥିଲେ । ନିଜ ଧର୍ମପତ୍ନୀଙ୍କ ଗଳାକାଟି ହତ୍ୟା କରିଛି ସ୍ୱାମୀ । ଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାଲାକୁ ମିଳିଛି । ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ୱାମୀ । ତେବେ ସେ କେଉଁ କାରଣ ପାଇଁ ଏମିତି କଲେ ତାହା ଜଣା ପଡ଼ିନାହିଁ ।
ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାମୀ ପ୍ରଦୀପ ପଣ୍ଡାକୁ ପୋଲିସ କାବୁକରି ଥାନାକୁ ନେଇଥିବା ଜଣାଯାଇଛି ।