Odia News Portal

ଜାଣନ୍ତୁ ହ୍ୱାଟ୍ସଆପ୍‌ରେ କେମିତି କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଡାଉନ୍‌ଲୋଡ କରିବେ

ହ୍ୱାଟ୍ସଆପ୍‌ରେ କରୋନା ଟିକାକରଣ ସାର୍ଟିଫିକେଟ୍ ଯୋଗାଇ ଦେବାକୁ କେନ୍ଦ୍ର ସରକାର ମାଇ ଗଭ ହେଲ୍ପ ଡେକ୍ସ ହ୍ୱାଟ୍ସଆପ୍ ଚାଟବୋଟ୍ ଲଞ୍ଚ କରିଛନ୍ତି । ଏହି ଚାଟବୋଟକୁ ବ୍ୟବହାର କରି ଆପଣ ଟିକାକରଣ ସାର୍ଟିଫିକେଟ୍ ଡାଉନ୍‌ଲୋଡ କରିପାରିବେ ।

ଏଥିପାଇଁ ମାଇ ଗଭ୍ ହେଲ୍ପ ଡେକ୍ସର ହ୍ୱାଟ୍ସଆପ୍‌ ନମ୍ବର – +୯୧୯୦୧୩୧୫୧୫୧୫କୁ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଆଡ୍ କରିବାକୁ ପଡ଼ିବ ।
– ପରେ ହ୍ୱାଟ୍ସଆପ୍‌ ଖୋଲି ଏହି ନମ୍ବରେ Download Certificate ଲେଖି ମେସେଜ୍ ଦେବାକୁ ପଡ଼ିବ ।

– ଏହାପରେ ହ୍ୱାଟ୍ସଆପ୍ ଆପଣଙ୍କ ପଞ୍ଜିକୃତ ଫୋନ୍ ନମ୍ବରକୁ ଏକ ୬ ସଂଖ୍ୟା ବିଶିଷ୍ଟ ଓଟିପି ନମ୍ବର ପଠାଇବ । ଏହି ଓଟିପିକୁ ଆପଣ ସେଭ୍ କରିଥିବା ମାଇ ଗଭ ହେଲ୍ପ ଡେକ୍ସ ନମ୍ବରେ +୯୧୯୦୧୩୧୫୧୫୧୫କୁ ମେସେଜ୍ କରନ୍ତୁ ।

– ଯଦି ଏହି ନମ୍ବର ଆପଣ ଏକାଧିକ ପଞ୍ଜିକରଣ କରିଛନ୍ତି ତେବେ ହ୍ୱାଟ୍ସଆପ୍‌ଙ୍କୁ ସେହି ସମସ୍ତ ବିକଳ୍ପକୁ ୧,୨,୩ ଆଦି ନମ୍ବରରେ ଦେବ । ସେଥିରୁ ଆପଣଙ୍କୁ କେଉଁ ସାର୍ଟିଫିକେଟ୍‌ଟି ଆବଶ୍ୟକ ସେହି ନମ୍ବରକୁ ବାଛିବାକୁ ପଡ଼ିବ ।

– ଏହାପରେ ହ୍ୱାଟ୍ସଆପ୍ ଚାଟବକ୍ସରେ ଆପଣଙ୍କ କୋଭିଡ-୧୦ ଟିକାକରଣ ସାର୍ଟିଫିକେଟ୍ ଆସିବ, ଆପଣ ଏହାକୁ ଡାଉନଲୋଡ କରିପାରିବେ । ତେବେ ଏହା ବାଦ୍‌ ଆପଣ ଚାହିଁଲେ ଆରୋଗ୍ୟ ସେତୁ ଆପ୍‌, କୋ-ୱିନ୍ ଆପରୁ ମଧ୍ୟ ଟିକାକରଣ ସାର୍ଟିଫିକେଟ୍ ଡାଉନଲୋଡ କରିପାରିବେ ।

ଏହା ପୂର୍ବରୁ ଜୁନ ୫ ତାରିଖରେ ରାଜ୍ୟ ସରକାର କରୋନା ରିପୋର୍ଟର ସହଜ ଉପଲବ୍ଧତାର ବ୍ୟବସ୍ଥା କରିଥିଲେ । ୱେବ୍‌ସାଇଟ୍‌କୁ ଯାଇ କରୋନା ରିପୋର୍ଟ ପାଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।