Odia News Portal

ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ହଷ୍ଟେଲ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି ରାଜ୍ୟ ସରକାର । ତେବେ ସେହି କ୍ଷେତ୍ରରେ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହେବା ପରେ ସେମାନଙ୍କ ସୁବିଧା ପାଇଁ ଏବେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ତେଣୁ ଆସନ୍ତା ୮ ତାରିଖରେ ସ୍କୁଲ ସହ ହଷ୍ଟେଲ ଖୋଲିବ । ଛାତ୍ରଛାତ୍ରୀଙ୍କ ହିତକୁ ନଜରରେ ରଖି ନିଆଯାଇଛି ଏଭଳି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆଯାଇଛି । ହଷ୍ଟେଲ ନ ଖୋଲିଲେ ବହୁ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । ତେବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଫୋନ ପରେ ଏମିତି ନିଷ୍ପତ୍ତି ନିଆଯାଇଛି । ଯଦିଓ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ହଷ୍ଟେଲରେ କରୋନା ଗାଇଡଲାଇନକୁ ମାନିବାକୁ ପଡିବ । କରୋନା ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତାକୁ ପ୍ରଧାନ୍ୟ ଦିଆଯାଇଛି । ହଷ୍ଟେଲରେ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବା ସ୍କୁଲର ଦାୟିତ୍ୱ ହେବ ।