ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ଏବେ ସାଙ୍ଘାତିକ ଭାବେ ବଢ଼ିବାରେ ଲାଗିଛି । ତେବେ କରୋନା ସମୟରେ ଥଣ୍ଡା, କାଶ ଭଳି ସମସ୍ୟା ମୁଖ୍ୟତଃ ଦେଖାଦେଇ ଥାଏ। ଏପରି ପରିସ୍ଥିତିରେ, ଅଧିକାଂଶ ଲୋକ ଡାକ୍ତରଙ୍କ ପାଖକୁ ଯିବା ପସନ୍ଦ କରିନଥାନ୍ତି ଏବଂ ନିଜ ଘରେ ରଖାଯାଇଥିବା ପେନ୍ କିଲର ଖାଇ ଦେଇଥାନ୍ତି, କିନ୍ତୁ ଔଷଧ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିଥାଏ । ତେଣୁ ଏହି ଛୋଟଛୋଟ ସମସ୍ୟା ପାଇଁ ଆପଣ ଘରୋଇ ଉପଚାର ଗ୍ରହଣ କରିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା କରୋନା ସମୟରେ ଥଣ୍ଡା କାଶ ଭଳି ସମସ୍ୟାରୁ ମୁକ୍ତି ପାଇଁ କିଛି ଘରୋଇ ଉପଚାର…

୧.ଗୋଲମରିଚ ସହିତ ମହୁ ମିଶାଇ ଖାଆନ୍ତୁ: ଥଣ୍ଡା ଏବଂ ଗଳାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଲମରିଚ ଏବଂ ମହୁର ମିଶ୍ରଣ ସେବନ କରନ୍ତୁ । ଏକ ଚାମଚ ମହୁରେ ୨ ରୁ ୩ ପିଞ୍ଚ ଗୁଣ୍ଡ ହୋଇଥିବା ଗୋଲମରିଚ ମିଶାଇ ରାତିରେ ଶୋଇବା ପୂର୍ବରୁ ଏହାକୁ ଖାଆନ୍ତୁ । ଯଦି ସମସ୍ୟା ଅଧିକ ହୋଇଥାଏ, ତେବେ ଏହାକୁ ଦିନକୁ ଦୁଇଥର ଖାଇପାରନ୍ତି ।
୨.କ୍ଷୀରରେ ଅଦା ମିଶାଇ ପିଅନ୍ତୁ:ଥଣ୍ଡା ହେଲେ କ୍ଷୀର ପିଇବାକୁୁୁୁ ମନା କରା ଯାଇଥାଏ, କାରଣ କ୍ଷୀର କଫ ବଢାଇ ଦେଇଥାଏ । ତେଣୁ ଗରମ କ୍ଷୀରରେ ଅଦା ଏବଂ ହଳଦୀ ମିଶାଇ ପିଇବା ଦ୍ୱାରା ଥଣ୍ଡା ଏବଂ ଗଳା ସମସ୍ୟାରେ ତୁରନ୍ତ ଆରାମ ମିଳିଥାଏ ।

୩.ଖାଦ୍ୟରେ ରସୁଣ ମିଶାନ୍ତୁ: ଥଣ୍ଡାରୁ ରକ୍ଷା ପାଇବା ପାଇଁ ଖାଦ୍ୟରେ ରସୁଣ ବ୍ୟବହାର କରନ୍ତୁ । ଦିନକୁ ଦୁଇଥର ରସୁଣକୁ କଞ୍ଚା ଚୋବାଇ ଖାଆନ୍ତୁ । ରସୁଣ ସସ୍ ମଧ୍ୟ ଶରୀରକୁ ଗରମ ରଖେ ଏବଂ ନାକ, ଗଳା, ଥଣ୍ଡା ଏବଂ କାଶ ସମ୍ବନ୍ଧୀୟ ସମସ୍ୟାକୁ ଦୂର କିରିଥାଏ ।
୪.ଗରମ ତରଳ ପଦାର୍ଥ ପିଅନ୍ତୁ: ନାକ ବନ୍ଦ ହେବା ଏବଂ ଗଳାରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଆପଣ ଗରମ ତରଳ ପଦାର୍ଥ ପିଇବା ଉଚିତ୍ । ପାଣି ମଧ୍ୟ ଇଳ୍ପ ଉଷୁମ କରି ପିଅନ୍ତୁ । ଅଦା ଚା, କଳା ଚା, ଗ୍ରୀନ୍ ଟି ଏବଂ କାଢା ଭଳି ଜିନିଷ ପିଇବା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

୫.ବାମ୍ଫ ନିଅନ୍ତୁ: ବନ୍ଦ ନାକ ଖୋଲିବା ପାଇଁ ଗରମ ପାଣିରେ ଭିକ୍ସ ମିଶାଇ ତାହାର ବାମ୍ଫ ନିଅନ୍ତୁ । ଏହା କରିବା ଦ୍ୱାରା ବହୁତ ଆରାମ ମିଳିଥାଏ ।