ଆସାମ: ଆଜି ନୂଆ କରି ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ହିମନ୍ତ ବିଶ୍ୱ ଶର୍ମା । ହିମନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀଶ ମୁଖୀ । ସମାରୋହ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ମେଘାଳୟ ମୁଖ୍ୟମନ୍ତ୍ରୀ କେନରାଡ ସଂଗମା, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ,ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫିଓ ରିୟା,ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ସହ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୱାଲ ମଧ୍ୟ ଉପସ୍ଥିତ ଥିଲେ ।ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ ଦୋଲ୍ ଗୋବିନ୍ଦ ଏବଂ କାମାକ୍ଷା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ମୁଖ୍ୟମନ୍ତ୍ରୀ ହେବା ନେଇ ଘୋଷଣା ହୋଇଥିଲା । ମୁଖ୍ୟମନ୍ତ୍ରୀ ହେବା ପରେ ବର୍ତ୍ତମାନ ତାଙ୍କ ସମ୍ମୁଖରେ ବଡ ଚାଲେଞ୍ଜ ହୋଇ ଛିଡା ହୋଇଛି କରୋନାକୁ ନିୟନ୍ତ୍ରଣ ଏହା ସହିତ ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ମଧ୍ୟ ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।