ଜେଇଇ ମେନ ପରିଚାଳନା ବିଭ୍ରାଟ ମାମଲା । ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାର ସିବିଆଇକୁ ତଦନ୍ତ ଦାୟିତ୍ୱ । ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ।
ଖବର ଅନୁଯାୟୀ, ଓଡ଼ିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବାର ଅଭିଯୋଗ ଥିଲା ।୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ସତ୍ତ୍ୱେ ଅଂଶୁମାନଙ୍କୁ ରାଉଲକେଲା ଏନଆଇଟିରେ ଆଡ଼ମିଶନ ମିଳିନଥିଲା। ନକଲି ମାର୍କସିଟ୍ ଦର୍ଶାଇ ଛାତ୍ରଙ୍କୁ ଆଡ଼ମିଶନରୁ ବଞ୍ଚିତ କରାଯାଇଥିଲା ।
ଏପିରିକି ଉତ୍ତୀର୍ଣ୍ଣ ଛାତ୍ର ୯୮.୯୭ ପ୍ରତିଶତ ମାର୍କ ରଖିଥିଲେ। ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ର ଅଂଶୁମାନ କାନୁନଗୋ। ଆବେଦନକାରୀ ଛାତ୍ର ମାମଲାରେ ୟୁନିୟନ୍ ଅଫ୍ ଇଣ୍ଡିଆ ଜେଇଇ କର୍ତ୍ତୃପକ୍ଷଙ୍କ ସହ ୫ ଜଣଙ୍କୁ କରିଥିଲେ ପକ୍ଷଭୁକ୍ତ । ଏବେ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି ହାଇକୋର୍ଟ । ଏବେ ମାମଲାର ତଦନ୍ତ ସିବିଆଇ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।