Odia News Portal

ଚକଲେଟ ଖାଇବାର ରହିଛି ଅନେକ ଭଲଗୁଣ ଜାଣନ୍ତୁ ସେ ବିଷୟରେ…

ଭୁବନେଶ୍ବର: ଚକଲେଟ ଖାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି | ତେବେ ଚକଲେଟର ଅନେକ ଭଲ ଗୁଣ ରହିଛି | କିନ୍ତୁ ଆମେ ଜାଣିରଖିବା ଉଚିତ ଯେ, ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ |ତେବେ ଆସନ୍ତୁ ଜାଣିବା ଚକଲେଟର ଭଲ ଗୁଣ ଗୁଡ଼ିକ ବିଷୟରେ:-

୧. ଚକଲେଟ ଖାଇବା ଦ୍ୱାରା କ୍ୟାନସର ଏବଂ ଆଲଜିମର ଭଳି ରୋଗରୁ ମୁକ୍ତି ମିଳିଥାଏ | ଚକଲେଟରେ ପେଣ୍ଟମେରିକ ପ୍ରୋସିନିଡିନ ନାମକ ଏକ ଯୌଗିକ ପଦାର୍ଥ ରହିଛି ଯାହା ଶରୀରରେ କ୍ୟାନସରର ମାତ୍ରାକୁ ନିୟନ୍ତ୍ରଣ କରିଥାଏ |

୨.ଚକଲେଟ ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ | ଫଳରେ ହୃଦଘାତର ସମସ୍ୟା ଦେଖାଦେଇନଥାଏ।

୩. ଚକଲେଟରୁ ଆମକୁ ଶକ୍ତି ମିଳିଥାଏ | ଯେଉଁମାନେ ଜିମରେ ଅଧିକ ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ଜିମ ପୂର୍ବରୁ ଚୋକଲେଟ ଖାଇବା ବହୁତ ଲାଭଦାୟକ |

୪. ଗବେଷଣାରୁ ଜଣାପଡିଛି ଯେ, ଡାର୍କ ଚକଲେଟରେ ପଲିଫେନଲ ରହିଥାଏ ଯାହାକି ଶରୀରରେ ନାଏରିକ ଅକ୍ସାଇଡ ନାମକ ଜୈବିକ ଉପାଦାନ ଉତ୍ପାଦନ କରିଥାଏ | ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ |

୫. ଚକଲେଟ ଶରୀରକୁ ସଠିକ ପରିମାଣର ଶକ୍ତି ଏବଂ ତାକତ ଯୋଗେଇଥାଏ |ଚକଲେଟ ତ୍ୱଚା ପାଇଁ ଭଲ ନୁହଁ କିନ୍ତୁ ସୂର୍ଯ୍ୟର କ୍ଷତିକାରକ ରଶ୍ମି ପାଇଁ ଏହା ଲାଭଦାୟକ | କୋକୋରେ ଥିବା ସଲିଡ଼ ଏବଂ ଫ୍ଲାବନଏଡ ଚର୍ମ କ୍ୟାନସରରୁ ସୁରକ୍ଷା ଦେଇଥାଏ |

୬.ଡାର୍କ ଚକଲେଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ | ଏହା ଫଳରେ ମସ୍ତିସ୍କକୁ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ | ହାର୍ବାର୍ଡ ମେଡିକାଲ ସ୍କୁଲ ଅଫ ଷ୍ଟଡିଜ ଅନୁଯାୟୀ, ୨ କପ ହଟ ଚକଲେଟ ପିଇବା ଦ୍ୱାରା ମସ୍ତିସ୍କକୁ ରକ୍ତ ପ୍ରବାହ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଜୋରରେ ହୋଇଥାଏ