ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାଲେଣ୍ଟାଇନ୍ସ ଡେ ଅବସରରେ ପୁଣି ଥରେ ନିଜ ପତ୍ନୀ ନତାଶାଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ଲୋକ ଥରେ ବିବାହ କରିବାକୁ ଡରୁଥିବା ବେଳେ ହାର୍ଦ୍ଦିକ ଖୁସି ମନାଇବାକୁ ଦୁଇ ଥର ବିବାହ କରିବା କଥାରୁ ଆପଣ ତାଙ୍କର ଆର୍ଥିକ ଅବସ୍ଥାକୁ ନେଇ ଅନୁମାନ ଲଗାଇ ପାରୁଥିବେ।
ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ହାର୍ଦ୍ଦିକ ହେଉଛନ୍ତି ୧୧ ମିଲିୟନ୍ ଡଲାର (୯୧ କୋଟିରୁ ଅଧିକ ଟଙ୍କା)ର ମାଲିକ। ଏହି କ୍ରିକେଟ୍ ତାରକା ଜଣକ ମ୍ୟାଚ୍କୁ ବାଦ୍ ଦେଲେ ବିଜ୍ଞାପନ ଓ ସୋସିଆଲ୍ ମିଡିଆରୁ ବି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଜି ଟିମ୍ ଇଣ୍ଡିଆର ସବୁଠାରୁ ଚର୍ଚ୍ଚିତ ଖେଳାଳି ମନାଯାଉଛି। ୨୦୧୬ ମସିହା ଟି-୨୦ ଓ ଏକଦିନିକିଆ ମ୍ୟାଚ୍ରେ ଡେବ୍ୟୁ ପରଠାରୁ ପାଣ୍ଡ୍ୟାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଛି।
ଯେପରି ତାଙ୍କର କ୍ୟାରିୟର୍ ଆଗକୁ ବଢ଼ି ବଢ଼ି ଚାଲିଲା ତା’ ସହ ତାଙ୍କ ରୋଜଗାର ବି ବୃଦ୍ଧି ପାଇବାରେ ଲାଗିଲ। କ୍ରିକେଟ୍ ଦୁନିଆରେ ପାଦ ଦେବା ଆଗରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ହାର୍ଦ୍ଦିକଙ୍କ ପାଖରେ ଆଜି ଅସରନ୍ତି ଧନ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନତାଶାଙ୍କ ସହ କିଛିଦିନ ଡେଟ କରିବା ପରେ ହାର୍ଦ୍ଦିକ ୨୦୨୦ ଜାନୁଆରି ୧ ତାରିଖରେ କୋଭିଡ ମହାମାରୀ ସମୟରେ ଅତି ସାଧାରଣ ଶୈଳୀରେ ବିବାହ କରିଥିଲେ। ଦୁହିଁଙ୍କର ଏକ ସନ୍ତାନ ରହିଛି। ଯାହାଙ୍କ ନାମ ହେଉଛି ଅଗସ୍ତ୍ୟା।
Sign in
Sign in
Recover your password.
A password will be e-mailed to you.