ପୁରୀ: ଆସନ୍ତା ଶିକ୍ଷାବର୍ଷ ଠାରୁ ଆରମ୍ଭ ହେବ ଗୁରୁକୁଳ । ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ସୋସାଇଟିର ଅଧ୍ୟକ୍ଷ ଗଜପତି, ବିଶିଷ୍ଟ ବ୍ୟକ୍ତିମାନେ ବି ରହିବେ । ମାଟିତୋଟାରେ ୧୭ ଏକର ଜମିରେ ହେବ ଗୁରୁକୁଳ । ଏହାସହ ଗୁରୁକୁଳ ପାଣ୍ଠି ଗଠନ ହେବ । ଗୁରୁକୁଳ ନିର୍ମାଣ ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏନେଇ ସୂଚନା ଦେଇଛନ୍ତି ।