Odia News Portal

ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ କୋଭିଡ୍ ଟିକାକରଣ ବନ୍ଦ

ଭୁବନେଶ୍ୱର: ଗାଡ଼ିରେ ବସି ଅ ।ଉ ଟିକା ନେଇପାରିବେନି ଲୋକେ । ରାଜ୍ୟରେ ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ କୋଭିଡ୍ ଟିକାକରଣ ବନ୍ଦ କରାଯିବ । ଭୁବନେଶ୍ୱରେ ଲୋକେ କାରରେ ବସି ଟିକା ନେଉଥିଲେ ।ସେପଟେ ବ୍ରହ୍ମପୁରରେ ଡୋରଷ୍ଟେପ ଟିକାକରଣ ବି ହେଉଥିଲା । କିନ୍ତୁ ଏବେ ଉଭୟ ଡ୍ରାଇଭ୍ ଇନ୍ ଏବଂ ଡୋରଷ୍ଟେପ ଟିକାକରଣ ବନ୍ଦ ହେବ ।
ଡ୍ରାଇଭ ଇନ୍ ଏବଂ ଡୋର ଷ୍ଟେପ୍ ଟିକାକରଣକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଅନୁମତି ଦେଇ ନଥିବାରୁ ଏହାକୁ ବନ୍ଦ କରିବାପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।ସାଧାରଣତଃ ଟିକାକରଣ କୋଠରୀରେ ଟିକାକରଣ କରାଯିବା ସହ ଟିକା ନେଇଥିବା ବ୍ୟକ୍ତିଙ୍କୁ ପ୍ରାୟ ଅଧଘଣ୍ଟା ପର୍ଯ୍ୟବେକ୍ଷଣରେ ରଖାଯାଏ ।


କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲେ ତୁରନ୍ତ ଚିକିତ୍ସା କରିବାର ଅ ।ବଶ୍ୟକତା ରହିଛି । ମୁଖ୍ୟତଃ ଟିକା ନେଉଥିବା ଲୋକଙ୍କ ପାଇଁ ପ୍ରତୀକ୍ଷା ସ୍ଥାନ ବା ବିଶ୍ରାମ ସ୍ଥାନ ରହିବା ଅ ।ବଶ୍ୟକ । ମାତ୍ର ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ ଟିକାକରଣରେ ଏହି ବ୍ୟବସ୍ଥା ନଥାଏ । ଏଥିପାଇଁ ଡ୍ରାଇଭ୍ ଇନ୍ ଏବଂ ଡୋର୍ ଷ୍ଟେପ୍ ଟିକାକରଣ ବନ୍ଦ କରିବା ପାଇଁ ନିର୍ଦେଶ ଦିଅ ।ଯାଇଛି ।

ଟିକା ନେବା ପରେ ଗ୍ରହୀତାଙ୍କୁ ୩୦ ମିନିଟ ଅବଜରଭେସନ ନିୟମ ଅଛି । ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ରେ ଏସବୁ ପାଳନ ହେବା କଷ୍ଟକର । ଏସବୁ ଦ୍ୱାରା ଅଧିକ ମାତ୍ରାରେ ଟିକା ଅପଚୟ ହେବା ସମ୍ଭାବନା ରହିଛି । ତେଣୁ ଏସବୁ ବ୍ୟବସ୍ଥା ବନ୍ଦ କରିବାକୁ କହିଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ।

କିଛି ଦିନ ପୂର୍ବେ ଭୁବନେଶ୍ୱର ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଡ୍ରାଇଭ୍ ଇନ୍ ଟିକାକରଣ କାର୍ଯ୍ୟ ଅ ।ରମ୍ଭ ହୋଇ ଥିଲା । ରାଜଧାନୀର ୪ଟି ମଲ୍ ଏସପ୍ଲାନେଡ୍, ଡିଏନ୍ ରେଗାଲିଅ ।, ଗ୍ୟାଲରିଅ ।, ସିମ୍ଫୋନି ମଲ୍ ସମେତ କିଟ୍ ଷ୍ଟାଡିୟମରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ ·ଲିଥିଲା । ଭିଡ଼ରେ ଛିଡ଼ା ନହୋଇ, ଧାଡ଼ି ନବାନ୍ଧି, ଗାଡ଼ିରୁ ନଓହ୍ଲାଇ ଟିକା ନେଇଥିଲେ ଲୋକେ ।