ନୂଆଦିଲ୍ଲୀ: ଭାରତରେ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ନିୟମ । ନିୟମ ଜାରି କରିଛି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ । ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଦେଶୀ ସୋସିଆଲ ମିଡିଆ କମ୍ପାନୀ ଭାରତକୁ ଆସନ୍ତୁ କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହରା ଉପରେ ଅଭିଯୋଗ ପାଇଁ ଫୋରମ ରହିବାର ଆବଶ୍ୟକତା ରହିଛି |ସୋସିଆଲ ମିଡିଆର ଦୁରୁପଯୋଗକୁ ନେଇ ବ୍ୟାପକ ଆଲୋଚନା ପରେ ୨୦୧୮ ଡିସେମ୍ବର ମାସରେ ସରକାର ଏକ ଡ୍ରାଫ୍ଟ ତିଆରି କରିଥିଲେ । ନୂଆ ଗାଇଡ ଲାଇନ୍ ଅନୁସାରେ କୌଣସି ଅଭିଯୋଗ ଆସିଲେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେହି କଣ୍ଟେଣ୍ଟକୁ ହଟାଇବାକୁ ପଡିବ ।

ସେହିପରି ୩ ମାସ ମଧ୍ୟରେ ନୂଆ ଆଇନକୁ କାର୍ଯ୍ୟକାରୀ କରାଯିବ । ରବି ଶଙ୍କର ପ୍ରସାଦ କହିଛନ୍ତି, ଭାରତରେ ହ୍ବାଟ୍ସଅପରେ ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର ରହିଛନ୍ତି । ତେଣୁ ଭାରତରେ ଏହି କମ୍ପାନୀ ମାନେ ମାତ୍ରାଧିକ ସୁବିଧା ଉଠାଉଛନ୍ତି ଏବଂ ଉପଯୋଗ କରୁଛନ୍ତି ମଧ୍ୟ । କିନ୍ତୁ ଏହା ଉପରେ ଆଇନ ଆଣିବା ଆବଶ୍ୟକ ରହିଥିବା କହିଛନ୍ତି ରବଶିଙ୍କର । ତେବେ ହିଂସା, ଭାଷା ଓ ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯାଇ, ୟୁ, ୟୁ-୭, ୟୁ-୧୩ ବିଭାଗରେ ଆଇନ ଆଣାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ସୋସିଆଲ ମିଡିଆର କୌଣସି ପ୍ରସଙ୍ଗକୁ ନେଇ ଅଭିଯୋଗ ଆସିଲେ ୨୪ ଘଂଟା ଭିତରେ ବିବାଦୀୟ ବିଷୟକୁ ହଟାଇବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି ରବିଶଙ୍କର ପ୍ରସାଦ ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଓଟିଟି ପ୍ଲାଟଫର୍ମ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ହେବ । ଡିଜିଟାଲ ପ୍ଲାଟଫର୍ମର ନିୟମ ପାଳନ କରିବାକୁ ହେବ । ଏନେଇ ଓଟିଟି ପ୍ଲାଟଫର୍ମର ଲୋକଙ୍କ ସହ ଆଲୋଚନା କରାଯାଇଛି । ସେଲଫ ରେଗୁଲେସନ ବା ନିଜେ ନିଜକୁ ନିୟନ୍ତ୍ରଣ କରିବା ସପକ୍ଷରେ ସମସ୍ତେ ରହିଛନ୍ତି । ଦର୍ଶକଙ୍କ ବୟସ ଅନୁସାରେ ବର୍ଗୀକରଣ କରାଯିବ ବୋଲି ପ୍ରକାଶ ଜାଭଡେକର କହିଛନ୍ତି ।