Odia News Portal

ଗୋଟିପୁଅ ନୃତ୍ୟରେ ଦୁଲୁକିଲା ମହୋତ୍ସବ

ଭୁବନେଶ୍ୱର:ପାଳିତ ହୋଇଛି ଆଜାଦି କା ଅମୃତ ମହୋତ୍ସବ । ଆର୍ୟ୍ୟାନ ସ୍କୁଲ ଅଫ ବିସିନେସ ମ୍ୟାନେଜମେଣ୍ଟ,କାଉଁସିଲ ଫର ସୋସିଆଲ ଡେଭେଲପମେଣ୍ଟ ହାଇଦ୍ରାବାଦ ଏବଂ ଆଇସିଏସଏସଆର ସହଯୋଗରେ ଆଜାଦି କା ଅମୃତ ମହୋତ୍ସବ ର ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ୟ୍ୟକ୍ରମରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର କାଯ୍ୟକ୍ରମ ମୁଖ୍ୟ ଦୀପ୍ତି, ସାମ୍ନାନିତ ଅତିଥିଭାବେ ହାଇଦ୍ରାବାଦ ସୋସିଆଲ ଡେଭେଲପମେଣ୍ଟ ମୁଖ୍ୟ ସଂଚଳକ ଡ଼. ସୁଜିତ କୁମାର ମିଶ୍ର ଏବଂ ଆର୍ୟ୍ୟକ୍ଷନ ସ୍କୁଲ ଅଧ୍ୟକ୍ଷ ଡ଼. ମୌସୁମୀ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ, ଗୋଟିପୁଅ ନୃତ୍ୟଶିଳ୍ପୀ ମାଗୁଣି ଚରଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ଆନମନା କରିଥିଲା । ଶେଷରେ ଆରୟାନ ଗ୍ରୃପ୍ ର ଚେୟାରମ୍ୟାନ୍ ଡ. ମଧୁମିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।