Odia News Portal

ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ

ଆଜି ଠାରୁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି । ସମୁଦ୍ର କୂଳ ଯିବାକୁ ପର୍ୟ୍ୟଟକଙ୍କୁ ବାରଣ କରିଛି ଜିଲ୍ଲା ପ୍ରଶାସନ। ଆଗକୁ ଆସୁଥିବା ଉତ୍ସବରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଆଜିଠୁ ୧୭ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକ ମାନଙ୍କ ପାଇଁ ବେଳାଭୂମିକୁ ବନ୍ଦ ରଖାଯାଇଛି।
ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର, ସୋନପୁର ବେଳାଭୂମିକୁ ମଧ୍ୟ ପର୍ୟ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।