ରାଜଧାନୀ ଦିଲ୍ଲୀରେ ପୁଣି ଏକ ଗଣବଳାତ୍କାର ଘଟଣା ନେଇ ଅଭିଯୋଗ ହୋଇଛି 1 ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ଜାନକପୁରୀ ଅଞ୍ଚଳ ନିକଟରେ ଜଣେ ଝିଅକୁ ଚାକିରୀ ଦେବା ବାହାନାରେ ଡାକି ଦୁଇଜଣ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଦର୍ଶାଯାଇଛି । ଜଣେ ଦୁଷ୍କର୍ମକାରୀ ଝିଅକୁ ଦିଲ୍ଲୀର ଜାନକପୁରୀ ଫ୍ଲାଏ ଓଭର ନିକଟରେ ଭେଟିବାକୁ ଡାକିଥିଲେ 1 ଘଟଣା ସେହି ଅଂଚଳରେ ଘଟିଛି 1
ଘରେ ଆର୍ଥିକ ସମସ୍ୟା ହେତୁ ଝିଅଟି ଚାକିରି ଖୋଜୁଥିଲେ। ଏଥିପାଇଁ ସେ ଜଣେ ସମ୍ପର୍କୀୟଙ୍କ ପରାମର୍ଶ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ବାରୁ ତାଙ୍କୁ ଏପ୍ରିଲ୍ 3 ରେ ଭେଟିବାକୁ ଡାକିଥିଲେ। ଝିଅଟି ସେଠାରେ ପହଞ୍ଚିବା ମାତ୍ରେ, ବ୍ୟକ୍ତି ଜଣକ ତାଙ୍କୁ କାରରେ ବସିବାକୁ କହିଥିଲେ। କାରର୍ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସାଙ୍ଗ ମଧ୍ୟ ବସିଥିଲେ ।
ଅଭିଯୁକ୍ତ ତାଙ୍କୁ ସେଡିଟିଭ୍ ଏବଂ ଡ୍ରଗ୍ସ ସହିତ ଏକ ପାନୀୟ ପିଇବାକୁ ଦେଇଥିଲା 1 ତାହା ପିଇବାପରେ ଯେତେବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ, ସେମାନେ ତାଙ୍କୁ କାରରେ ବଳାତ୍କାର କରିଥିଲେ |
ବଳାତ୍କାର ପରେ ଉଭୟ ଅଭିଯୁକ୍ତ ବାଳିକାକୁ ରାସ୍ତାରେ ଫିଙ୍ଗି ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହା ପରେ ଝିଅଟି ହେଲ୍ପଲାଇନ ନମ୍ବର 181 କୁ ଡାକି ଆମ୍ବେଦକର ନଗର ପୋଲିସ ଷ୍ଟେସନରେ ପହଁଚିଥିଲା |
ପ୍ରଥମେ ପୋଲିସ ତାଙ୍କ ଅଭିଯୋଗ ପଞ୍ଜିକରଣ କରିନଥିଲା। ଏପ୍ରିଲ 4 ରେ ପୀଡିତା ଝିଅଟି ହେଲ୍ପଲାଇନ ସହ ଯୋଗାଯୋଗ କରିବରୁ ତାଙ୍କୁ ଜନକପୁରୀ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିବାରେ ସାହାଯ୍ୟ ମିଳିଥିଲା ।
ତାଙ୍କ ଅଭିଯୋଗରେ ସେ ପ୍ରକାଶ କରିଛନ୍ତି ଯେ ଉଭୟ ଅଭିଯୁକ୍ତ ତାଙ୍କୁ ଭଲ ଚାକିରି ଦେବା ବାହାନାରେ ବଳାତ୍କାର କରିଥିଲେ। ପୋଲିସ ବର୍ତ୍ତମାନ ମାମଲାର ତଦନ୍ତ କରୁଛି।