ନୂଆଦିଲ୍ଲୀ: ସମିତି ଓଭର ସିରିଜ ଲାଗି ଶ୍ରୀଲଙ୍କା ଗସ୍ତରେ ଯାଇଛି ଟିମ୍ ଇଣ୍ଡିଆ । ୩ଟି ଟି-୨୦ ଓ ୩ଟି ଦିନିକିଆ ଖେଳିବ ଭାରତ । ପ୍ରଥମଥର ଲାଗି ବରିଷ୍ଟ ଖେଳାଳୀଙ୍କ ବିନା ଦଳ ବିଦେଶ ଗସ୍ତରେ ଯାଇଛି । ଧାୱନଙ୍କ ଅଧିନାୟକତ୍ୱରେ ଦଳ ଏହି ସିରିଜ ଖେଳିବ । ରୋହିତ ଓ କୋହଲିଙ୍କ ଭଳି ଅଭିଜ୍ଞ ଖେଳାଳୀ ଦଳରେ ନାହାଁନ୍ତି । ଯାହାକି ଭାରତ ଲାଗି ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଧାୱନ ପ୍ରତମଥର ଲାଗି ଅଧିନାୟକ ହୋଇ ଯୁବ ଖେଳାଳୀଙ୍କୁ ନେଇ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । ତେବେ ସେ କେତେ ସଫଳ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
୨୦୧୦ ମସିହାରେ ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦଳର ଅଭିଜ୍ଞ ବରିଷ୍ଟ ଖେଳାଳୀ ତଥା ସେହ୍ୱାଗ, ସଚିନ ଓ ଧୋନୀଙ୍କୁ ବିସିସିଆଇ ବୀଶ୍ରାମ ଦେଇଥିଲା । ତେବେ ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସିଥିଲା । ୫ଟି ଦିନିକିଆ ମ୍ୟାଚ ଖେଳାଯାଇଥିଲା । ତେବେ ବିସିସିଆଇ ଗମ୍ଭୀରଙ୍କୁ ଏହି ସିରିଜରେ ଅଧିନାୟକ ଭାର ଦେଇଥିଲା । ତେବେ ଗମ୍ଭୀର ଏହାକୁ ଚ୍ୟାଲେଞ୍ଜର ସହ ନେଇଥିଲେ । ଓ ୫-୦ରେ ପରାସ୍ତ କରିଥିଲେ । ନିଜେ ୩୨୯ ରନ କରି ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ତେବେ ଏହି ସିରିଜରେ ମଧ୍ୟ ଦୁଇଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।
ଏହି ପ୍ରଦର୍ଶନକୁ ଦେଖି ୨୦୧୧ ମସିହାରେ ତାଙ୍କୁ ଆଉ ଏକ ସୁଯୋଗ ଦିଆଯାଇଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ଏକ ମ୍ୟାଚରେ ତାଙ୍କୁ ଅଧିନାୟକ କରାଯାଇଥିଲା । ଏହି ମ୍ୟାଚଟି ମଧ୍ୟ ଜିତି ନେଇଥିଲେ ଗମ୍ଭୀର । ୬ଟି ମ୍ୟାଚର ଅଧିନାୟକ ହୋଇ ସମସ୍ତ ମ୍ୟାଚ ଜିତି ସେ ରେକର୍ଡ କରିଛନ୍ତି । ତେବେ ତାଙ୍କଠାରୁ କିଛି ଶିକ୍ଷିବାର ଅଛି ଧାୱନଙ୍କୁ । ଆଜି ଏଭଳି ବିବୃତି ଦେଇଛନ୍ତି ଜଣେ ବରିଷ୍ଟ କ୍ରିକେଟର । ତେବେ ଆଇପିଏଲରେ ଧାୱନ ସନରାଇଜର୍ସ ଟିମର ଅଧିନାୟକ ଭାର ସମ୍ଭାଳିସାରିଛନ୍ତି । ଏବେ ଶ୍ରୀଲଙ୍କାରେ ଦଳ କଣ ପ୍ରଦର୍ଶନ କରୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।