ଗଜପତି: ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଥମିବାର ନାଁ ଧରୁନି ଲଜ୍ଜା । ଦେହର ସୁଖ ଲାଗି ବୟସର ତାରତମ୍ୟ ଭୁଲି ଯାଉଛନ୍ତି ନରରାକ୍ଷସ । ତେବେ ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରୁ ଆସିଛି ଏକ ଲଜ୍ଜା ଖବର । ଜଣେ ୭ ବର୍ଷର ନାବାଳିକାଙ୍କୁ ଛାତ ଉପରକୁ ଡାକି ଦୁଷ୍କର୍ମ କରିଛି ଜଣେ ୧୬ ବର୍ଷର ନାବାଳକ ।

ଝିଅଟି ଘରେ ଖେଳୁଥିବା ବେଳେ ତାକୁ କୌଶଳକ୍ରମେ ଛାତ ଉପରକୁ ଡାକିଥିଲା ଅଭିଯୁକ୍ତ । ଆଉ ଛାତଉପରେ ଏକୁଟିଆ ପାଇ ଘଟାଇଥିଲା ଅଭାବନୀୟ କାଣ୍ଡ । ବୟସର ତାରତମ୍ୟକୁ ଭୁଲି ଯାଇ ନାବାଳିକା ସହ କରିଥିଲା ଦୁଷ୍କର୍ମ । ତେେ ବ ନାବାଳିକା ଜଣକ ଘରକୁ ଆସିବା ପରେ ପରିବାର ଲୋକଙ୍କ ଆଗରେ ସବୁକଥା କହିଥିଲା । ପରେ ପିଡିତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଗାଁରେ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି । ସେପଟେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।