Odia News Portal

୮ବର୍ଷ ପରେ ଦୋଷମୁକ୍ତ ହେଲେ ତରୁଣ ତେଜପାଲ

ମୁମ୍ବାଇ: ୮ବର୍ଷ ପରେ ଦୁଷ୍କର୍ମ ମାମଲାରୁ ଦୋଷମୁକ୍ତ ହେଲେ ‘ତେହେଲ୍କା’ର ପୂର୍ବତନ ସମ୍ପାଦକ ତରୁଣ ତେଜପାଲ। ‘ତେହେଲ୍କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍‌ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୩ରେ ଗୋଆର ଏକ ବିଳାସମୟ ହୋଟେଲ୍ର ଲିଫ୍ଟ୍ ମଧ୍ୟରେ ଜଣେ ମହିଳା ସହକର୍ମୀଙ୍କୁ ଯୌନ ନିର୍ୟାତନା ଦେଇଥିଲେ ବୋଲି ‘ତେହେଲ୍କା’ ପତ୍ରିକାର ପୂର୍ବତନ ମୁଖ୍ୟସମ୍ପାଦକ ତରୁଣ ତେଜପାଲଙ୍କ ନାମରେ ଅଭିଯୋଗ ହୋଇଥିଲା। ତେଜପାଲ ଏହି ମାମଲାରେ ନଭେମ୍ବର ୩୦, ୨୦୧୩ରେ ଗିରଫ ହୋଇଥିଲେ । ପରେ ସେ ଜାମିନରେ ମୁକୁଳିଥିଲେ । ଗୋଆ କ୍ରାଇମ୍ ବ୍ରାଞ୍ଚ୍ ମଧ୍ୟ ତେଜପାଲଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଥିଲା।ତାଙ୍କ ବିରୋଧରେ ‘ଆଇପିସି’ ଧାରା ୩୪୧, ୩୪୨, ୩୫୪, ୩୫୪-ଏ, ୩୫୪-ବି, ୩୭୬ (୨) ଏବଂ ୩୭୬ (୨) ପ୍ରଭୃତି ଲାଗୁ କରାଯାଇଥିଲା ।ସେହି ଯୌନ ନିର୍ୟାତନା ମାମଲାରେ ତାଙ୍କ ବିପକ୍ଷରେ ଥିବା ସମସ୍ତ ଅଭିଯୋଗରୁ ସେ ଆଜି ଦୋଷମୁକ୍ତ ହୋଇଛନ୍ତି।