Odia News Portal

ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ଏଯାବତ କେବଳ ୪ଟି ସ୍ଥାନରେ ପ୍ରମୁଖ ନଦୀରେ ଘାଇ ହୋଇଛି । କାଲି ଦୁଇଟି ହୋଇଥିଲା , ଆଜି ଆଉ ୨ଟି ସ୍ଥାନରେ ଘାଇ ହୋଇଛି । ଆଜି କୁଶଭଦ୍ରା ନଦୀର ତେଣ୍ଡିଆ କୁଦରେ ଗୋଟିଏ ଘାଇ ହୋଇଛି । ମହାନଦୀର ଦେରମାଣପୁର ଠାରେ ଆଉ ଏକ ଘାଇ ହୋଇଛି । ଅନ୍ୟ ଯେଉଁ ଘାଇ କଥା କୁହାଯାଉଛି , ତାହା ଘାଇ ନୁହେଁ ବ୍ୟାକ ୱାଟର । ୨୦୧୧ ପରେ ପ୍ରଥମ କରି ମୁଣ୍ଡଳିରେ ଏତେ ପାଣି ପାସ କରୁଛି । ଆଗାମୀ ୨୪ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୁର୍ଣ୍ଣ ଥିବା କହିଛନ୍ତି ଏସଆରସି । ଆଜି ସକାଳୁ ମୁଣ୍ଡଳିରେ ଜଳ ପ୍ରବାହ କମିବା ଆରମ୍ଭ କରିଛି । ଖଇରମାଳରେ ମଧ୍ୟ ଜଳ ପ୍ରବାହର ପିକ୍ ଶେଷ ହୋଇ ସାରିଛି ।
ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ହୋଇଛି । ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡୁଳିରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କୁସେକକୁ ଖସିବ । ତେବେ ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡୁଳିଠାରେ ଆସନ୍ତାକାଲି ସକାଳୁ ପହଂଚିବ । ପ୍ରାୟ ୯ରୁ ୧୦ଲକ୍ଷ କୁସେକ ପାଣି ପାସ କରିବ ।